ଜଙ୍ଗଲୀ ଜନ୍ତୁଙ୍କ ଶିକାର ପାଇଁ ନିଆଁ ଲଗାଉଛନ୍ତି ଶିକାରୀ : ପିସିସିଏଫ୍
ଭୁବନେଶ୍ବର : ଖରାଦିନ ଆରମ୍ଭ ହେଉଣୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଲାନି ନିଆଁ । ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ।
ସେ କହିଛନ୍ତି ଯେ, ଜଙ୍ଗଲୀ ଜନ୍ତୁଙ୍କ ଶିକାର ପାଇଁ ନିଆଁ ଲଗାଉଛନ୍ତି ଶିକାରୀ । ରବିବାର କନ୍ଧମାଳ ଜିଲାରୁ ନିଆଁ ଲଗାଇବା ବେଳେ ଶିକାରୀ ଧରାପଡ଼ିଛନ୍ତି । ପ୍ରାୟ ସବୁ ନିଆଁ ମନୁଷ୍ୟକୃତ ହୋଇଥିବାରୁ ସଚେତନତା କରାଯାଉଛି । ନିଆଁ ଲାଗିଲେ ବନ କର୍ମଚାରୀଙ୍କ ମୋବାଇଲକୁ ମେସେଜ ଆସୁଛି । ନିଆଁ ଲିଭା ଯିବା ପରେ ଫଟୋ ଉଠାଇ ଅପଲୋଡ଼ କରାଯାଉଛି । ନିଆଁ ଲଗାଉଥିବା ବେଳେ ଧରାପଡିଲେ ମାମଲା କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସେହିପରି ନିଆଁ ଲାଗିବା ନେଇ ଖବର ଦେଲେ ୫ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ପୁରସ୍କାର ବ୍ୟବସ୍ଥା କରାଯାଇଛି । ଜଙ୍ଗଲୀ ଜନ୍ତୁ ମାଡି ଆସିବା ନେଇ ବନ ବିଭାଗ ଆଲର୍ଟ ଅଛି । ଯେଉଁଠି ଜନ୍ତୁ ଆସୁଛନ୍ତି ବନ କର୍ମଚାରୀଙ୍କୁ ଜଣାଇବାକୁ ଲୋକଙ୍କୁ ଅନୁରୋଧ । ସୋମବାର ୧୨୦୦ ପଏଣ୍ଟରେ ନିଆଁ ଲାଗିଛି । ବଢ଼ିକି ୧୫୦୦ ହୋଇପାରେ । ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ରେସପନ୍ସ ୯୭ ପ୍ରତିଶତରୁ ଅଧିକ । ଶିଖରଚଣ୍ଡୀରେ ଲାଗିଥିବା ନିଆଁ ଆୟତ୍ତ ହୋଇ ସାରିଛି । ଜଙ୍ଗଲରୁ ଚାଲି ଆସିଥିବା ହାତୀକୁ ମଧ୍ୟ ଘଉଡ଼ାଇ ଦିଆଯାଇଛି ।
