‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ
ଅହମ୍ମଦାବାଦ : ୭୫ ତମ ସ୍ବାଧୀନତା ଦିବସ ପାଳନକୁ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ ଦେଶବାସୀଙ୍କ ମଧ୍ୟରେ ଅସମ୍ଭବ ଉତ୍ସାହ ଦେଖାଦେଇଛି। ହାତରେ ତ୍ରିରଙ୍ଗା ଧରି ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଦେଶର ସମସ୍ତ ଭାଗରୁ ଲୋକେ ସାମିଲ ହେଉଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶତାୟୁ ମାଆ ହୀରାବେନ ମଧ୍ୟ ସାମିଲ ହୋଇଛନ୍ତି। ହୀରାବେନ ଆଜି ଅହମ୍ମଦାବାଦ ସ୍ଥିତ ନିଜ ବାସଭବନରେ କୁନି କୁନି ପିଲାଙ୍କୁ ତ୍ରିରଙ୍ଗା ବାଣ୍ଟିବା ସହ ପତାକା ଉଡାଇଛନ୍ତି।
