ଆଜି ୨ ଦିନିଆ ଭାରତ ଗସ୍ତରେ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଜନସନ
Prime Minister Boris Johnson speaks to the media on board his flight as he flies to India for a two day visit on Wednesday, April 20, 2022. Johnson is expecting to seal new collaborations on defense and green energy in India as he seeks to reduce the country's dependence on Russian fossil fuels and military equipment. Johnson is due to visit the western state of Gujarat and meet Prime Minister Narendra Modi in New Delhi on the two-day trip that starts Thursday. (Stefan Rousseau/Pool via AP)
ନୂଆଦିଲ୍ଲୀ : ଆଜି ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ବୋରିସ ଦୁଇଦିନଆ ଭାରତ ଗସ୍ତରେ ଆସୁଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।
ଆଜି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଗୁଜରାଟ ଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ମଧ୍ୟ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ବୋରିସଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ରଖାଯାଇଛି । ଦେଶରେ ନିଯୁକ୍ତି ସୃଷ୍ଟି, ଆର୍ଥିକ ପ୍ରଗତି, ପ୍ରତିରକ୍ଷା ଓ ସୁରକ୍ଷାକୁ ମୁଖ୍ୟ ଫୋକସ ଦିଆଯିବ ବୋଲି କୁହାଯାଉଛି । ବୋରିସଙ୍କ ଏହି ଭାରତ ଗସ୍ତ ଦୁଇ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବହନ କରିବ । ଅନ୍ୟପଟେ ବର୍ତ୍ତମାନ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଏବେ ବି ଜାରି ରହିଛି ଯୁଦ୍ଧ । ଏନେଇ ମଧ୍ୟ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।
