ମୋଦୀଙ୍କୁ ଓଡ଼ିଶାର ପଟ୍ଟଚିତ୍ର ଦେଖାଇଲେ ଡେନମାର୍କ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଂଗଳବାର ଦିନ ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ପ୍ରେଡରିକ୍ସନ୍ଙ୍କ ସହିତ ତାଙ୍କ ବାସଗୃହରେ କଥାବାର୍ତା ହୋଇଛନ୍ତି । କୋପେନହେଗନରେ ଏହି କଥାବାର୍ତାର ଉଦ୍ଦେଶ୍ୟ ବନ୍ଧୁତ୍ୱକୁ ବଢାଇବାକୁ ସାହାଯ୍ୟ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଂଗଳବାର ଦିନ ତାଙ୍କର ତିନି ଦିନିଆ ଯାତ୍ରାର ଦିତୀୟ ଦିନରେ ଡେନମାର୍କର ରାଜଧାନୀ କୋପେନ ହେଗନରେ ପହଂଚିଛନ୍ତି ଯେଉଁଠି ବିମାନବନ୍ଦରରେ ନିଜେ ପ୍ରଧାନମନ୍ତ୍ରୀ ମେଟେ ପ୍ରେଡରିକ୍ସନ୍ ନିଜେ ତାଙ୍କର ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍ କରି ତାଙ୍କ ଯାତ୍ରାର ସୂଟନା ଦେଇଛନ୍ତି । ସେ କହିଛନ୍ତି କୋପେନହେଗନରେ ସେ ଓହ୍ଲାଇବା ପରେ ସେ ପ୍ରଧାନମନ୍ତ୍ରୀ ପ୍ରେଡରିକ୍ସନ୍ଙ୍କ ସ୍ୱାଗତ ପାଇଁ ବହୁତ ଖୁସି ।
ୟୁରୋପୀୟ ଦେଶ ଡେନମାର୍କରେ ଓଡ଼ିଶାର ପଟ୍ଟଚିତ୍ରର ଚର୍ଚ୍ଚା । ଡେନମାର୍କ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ପଟ୍ଟଚିତ୍ର ଦେଖାଇଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ମାଟେ ଫେଡେରିକସେନ । ପଟ୍ଟଚିତ୍ରଟି ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଲଗାଯାଇଛି । ଭାରତ ଗସ୍ତ ସମୟରେ ଏହି ପଟ୍ଟଚିତ୍ର ତାଙ୍କୁ ଉପହାର ଦିଆଯାଇଥିଲା ବୋଲି ଫେଡେରିକସେନ ମୋଦୀଙ୍କୁ କହିଛନ୍ତି । ଏହା ପରେ ଫେଡେରିକସେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ମୋଦୀ କହିଛନ୍ତି ଯେ ରୁଷ ଓ ୟୁକ୍ରେନ ତୁରନ୍ତ ଯୁଦ୍ଧ ବିରତି କରିବା ସହ ଆଲୋଚନା ଓ କୂଟନୈତିକ ଉପାୟରେ ବିବାଦର ସମାଧାନ କରନ୍ତୁ । ଅନ୍ୟପକ୍ଷରେ ଏକ ମୁକ୍ତ ଓ ନିୟମ ଭିତିକ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳ ସପକ୍ଷରେ ଭାରତ ରହିଛି ବୋଲି ସେ କହିଛନ୍ତି । ଏହି ଅବସରରେ ଫେଡେରିକସେନ କହିଛନ୍ତି ଯେ ମୋଦୀଙ୍କ ଆଲୋଚନା ବେଳେ ୟୁକ୍ରେନ ଯୁଦ୍ଧ ବେଳେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ଓ ହତ୍ୟା କଥା ଉଠିଥିଲା । ବିଶେଷକରି ବୁଚାଠାରେ ହୋଇଥିବା ଭୟଙ୍କର ଗଣହତ୍ୟାକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା । ଏ ସମ୍ପର୍କରେ ଏକ ଟୁଇଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପ ଗସ୍ତ ସମୟରେ ଆଜି ଡେନମାର୍କ ଗସ୍ତ କରିଛନ୍ତି । ଡ଼େନମାର୍କର ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିକ୍ସନଙ୍କୁ ସାକ୍ଷାତ୍ କରିବା ସମୟରେ ତାଙ୍କ ବାସଭବନରେ ଲାଗିଥିବା ପ୍ରଭୁ ଶ୍ରୀରାମଙ୍କ ଦରବାର ବିଷୟରେ ବର୍ଣ୍ଣିତ ଓଡ଼ିଶାର ପଟ୍ଟଚିତ୍ରକୁ ଦେଖାଇଥିଲେ । ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ପଟ୍ଟଚିତ୍ର ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଓଡ଼ିଶାର ଏହି ପଟ୍ଟଚିତ୍ରକୁ ନେଇ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଓଡ଼ିଶା ଏବଂ ଓଡ଼ିଶାର ପାରମ୍ପରିକ କଳାର ବୈଭବତାର ପ୍ରତିଫଳନ । ଓଡ଼ିଶାର ଅନନ୍ୟ କଳା ସଂସ୍କୃତି, ପଟ୍ଟଚିତ୍ର, ଭାସ୍କର୍ଯ୍ୟକୁ ପ୍ରଧାନମନ୍ତ୍ରୀ ବିଶ୍ୱ ଦରବାରରେ ପହଂଚାଇଥିବାରୁ ମୁଁ ଓଡ଼ିଶା ତରଫରୁ କୃତଜ୍ଞତା ଜ୍ଞାପନ କରୁଛି ।
