ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ଆଜି ତାଙ୍କ ୬୯ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେସିଆରଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୀର୍ଘାୟୁ କାମନା କରିଛନ୍ତି । କିନ୍ତୁ ଏହି ବାର୍ତ୍ତା ପଛରେ ଅନେକ ମହତ୍ତ୍ୱ ରହିଛି । କାରଣ ମୋଦୀ ଓ କେସିଆରଙ୍କ ମଧ୍ୟରେ ଦୀର୍ଘ ଦିନରୁ ତିକ୍ତତା ଲାଗି ରହିଛି ।
ସୂଚନାଯୋଗ୍ୟ, କେସିଆର ୨୦୨୪ ଲୋକସଭା ନିର୍ବାଚନ ପାଇଁ ଲଗାତାର ଭାବେ ତୃତୀୟ ଥର ପାଇଁ ମୋର୍ଚ୍ଚା ଖୋଲିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହାପୂର୍ବରୁ କେସିଆର ବଜେଟ ସମୟରେ ମୋଦୀ ସରକାର ଓ ତାଙ୍କ ନୀତିକୁ ଟାର୍ଗେଟ କରିଥିଲେ ।
