୧୭ରେ ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ଭୋପାଳ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକାନ ଚିତା ବାଘର ସ୍ବାଗତ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁନୋ ଗସ୍ତ କରିବେ । ଏ ନେଇ ମଧ୍ୟ ପ୍ରସ୍ତୁତି ଆଗେଇ ଚାଲିଛି। ମଧ୍ୟପ୍ରଦେଶର ଶୋପୁର ଜିଲ୍ଲାରେ ଦେଶୀୟ ଚିତା ଟ୍ରାନ୍ସଲୋକେସନ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । କୁନୋ ଜାତୀୟ ଉଦ୍ୟାନରେ ପାଞ୍ଚଟି ହେଲିପ୍ୟାଡ ତିଆରି କରାଯାଇଛି । ସେଥିରୁ ୩ଟି ହେଲିପ୍ୟାଡ ଭିଭିଆଇପି ମାନଙ୍କ ପାଇଁ ରହିଛି । କୁନୋ ପାର୍କରେ ଚିତା ବାଘ ଆଣାଯିବା ନେଇ ବିଷେଷଜ୍ଞ ଟିମ ଦୁଇ ଦିନ ଆଗରୁ ପାର୍କର ନୀରିକ୍ଷଣ କରିଛନ୍ତି ।
ଏହି ପ୍ରକଳ୍ପ ଅଧୀନରେ କୁନୋ ଜାତୀୟ ଉଦ୍ୟାନକୁ ୮ଟି ଚିତା ଆସିବେ । ନାମ୍ବିବିଆରୁ ଏହି ଚିତାଙ୍କୁ ଆଣାଯିବ। ୧୯୫୨ରେ ବିଲୁପ୍ତ ହେବାର ୭୦ ବର୍ଷ ପରେ ବଡ ବିରାଡି ପ୍ରଜାତି ପୁଣି ଭାରତକୁ ଆସିବ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ କ୍ୟାବିନେଟରେ ଏନେଇ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ରେ କୁନୋ ଜାତୀୟ ଉଦ୍ୟାନରେ ପହଞ୍ଚିବେ । ସେହିଦିନ ତାଙ୍କ ଜନ୍ମଦିନ। ସେହି ଦିନ ଦେଶୀୟ ଚିତା ଟ୍ରାନ୍ସଲୋକେସନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହାସହ ଶୋପୁର କାରାହାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ସମ୍ବୋଧିତ କରିବା ନେଇ ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ।
