ଜେଲେନସ୍କି ଓ ପୁଟିନ୍ଙ୍କ ସହ କଥା ହେଲେ ମୋଦୀ
ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧା ଜାରି ରହିଛି । ଏହାମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି । ଉଭୟ ନେତା ଫୋନରେ ପ୍ରାୟ ୩୫ ମିନିଟ୍ ଧରି ଆଲୋଚନା କରିଛନ୍ତି । ଉଭୟ ନେତା ଯୁଦ୍ଧ ଓ ଯୁଦ୍ଧ ଜନିତ ପରିସ୍ଥିତି ଉପରେ କଥା ହୋଇଥିବା ସୂଚନା ମିଳିଛି । ଏହାବ୍ୟତୀତ ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି । ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଜେଲେନସ୍କିଙ୍କୁ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ସିଧାସଳଖ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସେ ଜେଲେନସ୍କିଙ୍କୁ ଧନ୍ୟାବାଦ ମଧ୍ୟ ଜଣାଇଛନ୍ତି । ସୁମିରୁ ମୋଦୀ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ୟୁକ୍ରେନ ସରକାରଙ୍କଠୁ ସମର୍ଥନ ମାଗିଛନ୍ତି । ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବା ପରେ ମୋଦୀ ପୁଟିନଙ୍କ ସହ ମଧ୍ୟ କଥା ହେବେ ବୋଲି ଜଣାପଡିଛି ।
ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ଭାରତର ସହଯୋଗ ଲୋଡ଼ି ତୁରନ୍ତ ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରିଥିଲେ । ଏ ବିଷୟରେ ଟୁଇଟ୍ କରି ଜେଲେନ୍ସ୍କି ଲେଖିଥିଲେ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥା ହେଲି । ୟୁକ୍ରେନର ରୁଷୀୟ ଆକ୍ରମଣ ମୁକାବିଲା ଧାରା ସଂକ୍ରାନ୍ତରେ ସୂଚନା ଦେଲି । ଆମ ଦେଶରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ରମଣକାରୀ ପ୍ରବେଶ କରିଛନ୍ତି । ସେମାନେ ଧୀରେ ଧୀରେ କିନ୍ତୁ, ମାରାତ୍ମକ ଭାବେ ଆବାସିକ କୋଠାବାଡ଼ି ଉପରକୁ ଗୁଳିଗୋଳା ବର୍ଷଣ କରୁଛନ୍ତି । ଜାତିସଂଘ ନିରାପତା ପରିଷଦ୍ରେ ରାଜନୈତିକ ସମର୍ଥନ ଦେବାକୁ ଭାରତକୁ ଅନୁରୋଧ କରିଛି । ସମ୍ମିଳିତ ଭାବେ ଆକ୍ରମଣକାରୀକୁ ପ୍ରତିରୋଧ କରାଯାଉ । ଭାରତ କିନ୍ତୁ, ରୁଷ୍ କିମ୍ବା ୟୁକ୍ରେନ୍ର ପକ୍ଷ ନେଇ ନାହିଁ କି, ବିରୋଧ କରିନାହିଁ । ଭାରତ ବାରମ୍ବାର କହିଥିଲା ଯେ, ଯୁଦ୍ଧାଂଚଳରେ ଫସି ରହିଥିବା ଭାରତୀୟମାନଙ୍କ ନିରାପଦ ସ୍ଥାନାନ୍ତରଣ ଉପରେ ଧ୍ୟାନ ଦେଉଛି । ଏହାଛଡ଼ା, ସାମ୍ପ୍ରତିକ ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରୁଷ୍ ଓ ୟୁକ୍ରେନ୍କୁ ଭାରତ କହିଛି ।
ଋଷ ଏବଂ ୟୁକ୍ରେନ୍ ଯୁଦ୍ଧ ୧୨ ଦିନରେ ପହଂଚିଛି । ବିଶ୍ୱର ଅନେକ ବଡ ବଡ ନେତା ଯୁଦ୍ଧ ଶେଷ କରିବାକୁ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରଖିଛନ୍ତି । କୂଟନୈତିକ ସ୍ତରରେ ସମାଧାନ ପାଇଁ ଉଦ୍ୟମ କରାଯାଉଛି । ଏହାରି ମଧ୍ୟରେ ଭାରତ ପକ୍ଷରୁ ମଧ୍ୟ ଉଦ୍ୟମ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ୍ ସଙ୍କଟକୁ ନେଇ ପୁଣି ଥରେ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସହ ଆଲୋଚନା କରିଛନ୍ତି । ମୋଦି ଏବଂ ପୁଟ୍ଟିନ୍ଙ୍କ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଆଲୋଚନା ହୋଇଛି । ୫୦ ମିନିଟ୍ ଧରି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ଆଲୋଚନା ବେଳେ ମୋଦି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ପୁଟ୍ଟିନ୍ ସିଧାସଳଖ ଭାବେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲିମିଡର୍ର୍ ଜେଲେଂସ୍କିଙ୍କ ସହ କଥା ହେବାକୁ ପ୍ରସ୍ତାବ ଦେଇଛନ୍ତି ମୋଦି । ୫୦ ମିନିଟ୍ ଧରି ଉଭୟ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ତେବେ ଏହି ଆଲୋଚନା ବେଶ୍ ଗୁରୁତ୍ୱ ବହନ କରୁଛି ବୋଲି ଚର୍ଚ୍ଚା ହେଉଛି । କେବଳ କୂଟନୈତିକ ସ୍ତରରେ ଆଲୋଚନା ନୁହେଁ ବରଂ ୟୁକ୍ରେନ୍ରେ ଫସିଥିବା ଆଉ କିଛି ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ଦିଗରେ ମଧ୍ୟ ପୁଟ୍ଟିନ୍ଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଋଷ ସେନା ଦ୍ୱାରା ଯୁଦ୍ଧ ବିରତି ଘୋଷଣା କରାଯାଇଥିବାରୁ ପୁଟ୍ଟିନ୍ଙ୍କୁ ପ୍ରଶଂସା କରିଛନ୍ତି ମୋଦି । ସୋମବାର ସକାଳେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେଂସ୍କିଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ୩୫ ମିନିଟ୍ ଧରି ଜେଲେଂସ୍କି ଏବଂ ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଭାରତୀୟ ଛାତ୍ରଛାତ୍ରୀ ତଥା ନାଗରିକଙ୍କ ୟୁକ୍ରେନ୍ରୁ ସୁରକ୍ଷିତ ଭାବେ ଛଡାଯାଇଥିବାରୁ ଜେଲେଂସ୍କିଙ୍କୁ ଧନ୍ୟବାଦ ଜଣାଇଥିଲେ ମୋଦି । ୟୁକ୍ରେନ୍ର ସୁମୀ ସିଟିରେ ବର୍ତମାନ ମଧ୍ୟ ପ୍ରାୟ ୭ଶହ ଡାକ୍ତରୀ ଛାତ୍ରଛାତ୍ରୀ ଫସିଛନ୍ତି । ତେଣୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ଦିଗରେ ପୁଟ୍ଟିନ୍ ଏବଂ ଜେଲେଂସ୍କିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆଲୋଚନା ପରେ କୀଭ୍, ସୁବୀ, ଖାରକିଭ୍ ଏବଂ ମାରିୟୁପୋଲରେ ଯୁଦ୍ଧବିରତି ଘୋଷଣା କରିଛନ୍ତି ପୁଟିନ୍ ।
