ଔଘଡ଼ନାଥ ମନ୍ଦିରରେ ପୂଜା ସହ ଶହୀଦଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
ମେରଠ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ମେରଠର ଔଘଡ଼ନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ । ଏହା ପରେ ସହିଦ ସ୍ମାରକୀରେ ପହଂଚିବା ପରେ ସେ ୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମର ବିପ୍ଳବୀ ମାନଙ୍କୁ ପ୍ରଣାମ କଲେ । ରାଜ୍ୟପାଳ ଆନନ୍ଦବେନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଔଘଡ଼ନାଥ ଔଘଡ଼ନାଥ ମନ୍ଦିର କମ୍ପେ୍ଲକ୍ସରେ ପହଂଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ସେଠାରୁ ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତାଦେଇ ଔଘଡ଼ନାଥ ମନ୍ଦିରରେ ପହଂଚିଥିଲେ । ସେଠାରେ ରାଜ୍ୟପାଳ ଆନନ୍ଦବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ଔଘଡ଼ନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ଉତର ପ୍ରଦେଶର ମିରଟରେ ଥିବା ଔଘଡ଼ନାଥ ମନ୍ଦିରରେ ପୂଜାପ୍ରାର୍ଥନା କରିଛନ୍ତି । ତାଙ୍କ ସହ ଉତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ୍ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହାଛଡ଼ା, ପ୍ରଧାନମନ୍ତ୍ରୀ ସହିଦ ସ୍ମାରକ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତା’ପରେ ପ୍ରଧାନମନ୍ତ୍ରୀ ମିରଟ୍ ସ୍ଥିତ ସହିଦ ସ୍ମାରକରେ ଥିବା ‘ସରକାରୀ ସ୍ୱାଧୀନତା ସଂଗ୍ରାମ ଯାଦୁଘର’ ମଧ୍ୟ ପରିଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ, ‘ମେଜର୍ ଧ୍ୟାନଚାନ୍ଦ ସ୍ପୋର୍ଟସ୍ ୟୁନିଭର୍ସିଟି’ର ଶିଳାନ୍ୟାସ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମିରଟ୍ରେ ପହଂଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତି ଅନୁସାରେ, ମିରଟ୍ରେ ଥିବା ସରଧନା ନଗରୀ ଅନ୍ତର୍ଗତ ସାଲାୱା ଓ କୌଲି ଗ୍ରାମରେ ଉପରୋକ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ । ସେଥିପାଇଁ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ମିରଟ୍ରେ ‘ମେଜର୍ ଧ୍ୟାନଚାନ୍ଦ ସ୍ପୋର୍ଟସ୍ ୟୁନିଭର୍ସିଟି’ ସ୍ଥାପନା ତାଙ୍କ ଲକ୍ଷ୍ୟ ହାସଲ ଦିଗରେ ଗୋଟାଏ ପ୍ରମୁଖ ପଦକ୍ଷେପ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି । ଉକ୍ତ ବିଶ୍ୱବିଦ୍ୟାଳୟରେ କୃତ୍ରିମ ହକି ପଡ଼ିଆ, ଫୁଟ୍ବଲ୍ ପଡ଼ିଆ, ବାସ୍କେଟ୍ ବଲ୍, ଭଲିବଲ୍, ହ୍ୟାଣ୍ଡ୍ବଲ୍, କବାଡ଼ି ପଡ଼ିଆ, ଲନ୍ ଟେନିସ୍ କରୋଟ, ଜିମ୍ନାସିୟମ୍ ହଲ୍, କୃତ୍ରିମ ଦୌଡ଼ ଷ୍ଟାଡିୟମ୍, ସୁଇମିଙ୍ଗ୍ ପୁଲ୍, ମଲ୍ଟିପର୍ପୋଜ୍ ହଲ୍ ଏବଂ ସାଇକ୍ଲିଙ୍ଗ୍ ଭେଲୋଡ୍ରମ୍ ଭଳି ଆଧୁନିକ ଏବଂ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ଏହା ବ୍ୟତିରେକେ, ସେଥିରେ ସୁଟିଙ୍ଗ୍, ସ୍କ୍ୱାସ୍, ଜିମ୍ନାଷ୍ଟିକ୍ସ, ୱେଟ୍ଲିଫ୍ଟିଙ୍ଗ୍, ଆର୍ଚେରି, କ୍ୟାନୋଇଙ୍ଗ୍ ଏବଂ କାୟାକିଙ୍ଗ୍ ଆଦି ପ୍ରଶିକ୍ଷଣ ସୁବିଧା ମଧ୍ୟ ରହିବ । ସେଠାରେ ୫୪୦ ଜଣ ମହିଳାଙ୍କ ସମେତ ୧୦୮୦ କ୍ରୀଡ଼ାବିତ୍ଙ୍କ ତାଲିମ ପାଇଁ ବ୍ୟବସ୍ଥା ରହିବ ।
