କାନପୁର ମେଟ୍ରୋ ରେଳ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତତରପ୍ରଦେଶର ପୂର୍ବ ସରକାର ଗୁଡିକୁ ସମାଲୋଚନା କରି କହିଛନ୍ତି ଯେ ସେମାନେ ସମୟର ମୂଲ୍ୟ ଆକଳନ କରିପାରି ନଥିଲେ ତେଣୁ ଏବେର ସରକାର ସେହି ସମୟର ଆବଶ୍ୟକତାକୁ ଏବେ ପୂରଣ କରିବା ପାଇଁ ଚେଷ୍ଟା କରୁଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ କାନପୁର ମେଟ୍ରୋ ରେଳ ପ୍ରକଳ୍ପ ଏବଂ ବିନା-ପଙ୍କି ବହୁମୁଖୀ ପାଇପଲାଇନ ପ୍ରକଳ୍ପ ଉଦଘାଟନ କରିବା ପରେ କହିଛନ୍ତି ଯେ ପୂର୍ବରୁ ସରକାର ସମୟର ମହତ୍ୱ ବୁଝିପାରି ନଥିଲେ । ସେମାନଙ୍କ ପାଇଁ ଉତରପ୍ରଦେଶର ବିକାଶ ପ୍ରାଥମିକତା ନୁହେଁ କି ଉତରପ୍ରଦେଶ ଲୋକଙ୍କ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ସେହିପରି ଆତ୍ମନିର୍ଭରଶୀଳ ହେବାକୁ ଅଧୀର ହୁଅ । ମୁଁ ମଧ୍ୟ ଅଧୀର । ୨୦୪୭ ମସିହାରେ ଭାରତ କିପରି ହେବ, ତାହା ତୁମେମାନେ ସ୍ଥିର କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୫ ବର୍ଷ ବୟସରେ ଜଣେ ନିଜ ପାଦରେ ଠିଆ ହେବା ଉଚିତ୍ । କିନ୍ତୁ ସ୍ୱାଧୀନତାର ୨୫ ବର୍ଷ ପରେ ବି ଦେଶ ନିଜ ପାଦରେ ଠିଆ ହୋଇପାରିଲା ନାହିଁ । ବର୍ତମାନ ଏକ ଦୀର୍ଘ ସମୟ ବିତିଯାଇଛି, ଦୁଇ ପିଢ଼ି ଚାଲିଗଲେଣି । ତେଣୁ ଗୋଟିଏ ବି ମୁହୂର୍ତକୁ ନଷ୍ଟ କରନ୍ତୁ ନାହିଁ । ଭବିଷ୍ୟତରେ ଟେକ୍ନୋଲୋଜି ବିନା ଜୀବନ ଅସମ୍ପୂର୍ଣ୍ଣ ହେବ । ଜୀବନ ଏବଂ ପ୍ରଯୁକ୍ତିବିଦ୍ୟାରେ ଏହା ହେଉଛି ପ୍ରତିଯୋଗିତାର ସମୟ । ଆପଣଙ୍କୁ ଏଥିରେ ଆଗକୁ ବଢିବାକୁ ପଡିବ । କିଏ ଚାହୁଁ ନାହିଁ ଯେ ଭାରତୀୟ କମ୍ପାନୀଗୁଡିକ ବିଶ୍ୱବ୍ୟାପୀ ହୁଅନ୍ତୁ, ଭାରତର ଉତ୍ପାଦଗୁଡ଼ିକ ବିଶ୍ୱବ୍ୟାପୀ ହେଉ । ଯିଏ ଆଇଆଇଟି ଜାଣନ୍ତି, ଏଠାରେ ଥିବା ପ୍ରତିଭାକୁ ଜାଣନ୍ତି, ଏଠାରେ ଥିବା ପ୍ରଫେସରମାନଙ୍କ କଠିନ ପରିଶ୍ରମକୁ ଜାଣନ୍ତି, ସେମାନେ ବିଶ୍ୱାସ କରନ୍ତି ଯେ ଏହି ଆଇଆଇଟି ଯୁବକମାନେ ନିଶ୍ଚିତ ଭାବରେ ତାହା କରିବେ । ଆଜି ଭାରତ ବିଶ୍ୱର ଦ୍ୱିତୀୟ ଷ୍ଟାର୍ଟ ହବ୍ ହୋଇ ପାରିଛି ।
ପ୍ରଧାନମନ୍ତ୍ରୀ ମଧ୍ୟ ପୂର୍ବ ସରକାରଗୁଡିକ କିଭଳି ଅଣ-ମହାନଗରଗୁଡିକୁ ଅଣଦେଖା କରିଥିଲେ, ସେ ବିଷୟରେ କହିଥିଲେ । ସେ କହିଥିଲେ ଯେ ଏବେ ସେବେର ସରକାର ଓ ଏବେର ସରକାର ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ମୋଦୀ କହିଥିଲେ, ଆମ ସରକାର ଅଣ-ମହାନଗରଗୁଡିକର ବିକାଶ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଯେଉଁଥିରେ ବିଦ୍ୟୁତ୍, ଜଳ ଯୋଗାଣ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି ବିଷୟକୁ ଅଗ୍ରାଧିକାର ଦିଆଯାଇଛି । ପୂର୍ବର ସରକାରଗୁଡିକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ପୂର୍ବ ସରକାରଗୁଡିକର ମାନସିକତା ଥିଲା ଯେ ସେମାନେ କେବଳ ୫ ବର୍ଷ ପାଇଁ ଲଟେରୀ ପାଇଛନ୍ତି ତେଣୁ ଯେତେ ସମ୍ଭବ ଲୋକଙ୍କୁ ଲୁଟିବା । ଆମ ସରକାର ‘ସବକା ସାଥ୍, ସବକା ବିକାଶ’ ନୀତି ଉପରେ କାର୍ଯ୍ୟ କରୁଛନ୍ତି । ସମାଜବାଦୀ ପାର୍ଟି ସହ ଜଡିତ ବ୍ୟବସାୟୀ ପୀୟୁଷ ଜୈନଙ୍କ ଉପରେ ଆଇଟି ଚଢ଼ାଉ ନେଇ ମୋଦୀ କହିଛନ୍ତି, ସମଗ୍ର ଉତରପ୍ରଦେଶରେ ଦୁର୍ନୀତି ବ୍ୟାପିବାରେ ଲାଗିଛି । କାନପୁର ମେଟ୍ରୋ ରେଳ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୪ ପୂର୍ବରୁ ୟୁପିରେ ୯ କିଲୋମିଟର ଓ ୨୦୧୪-୧୭ ମଧ୍ୟରେ ୧୮ କିଲୋମିଟର ମେଟ୍ରୋ ଥିଲା । ବର୍ତମାନ କାନପୁର ମେଟ୍ରୋର ଲମ୍ବ ୯୦ କିଲୋମିଟରରୁ ଅଧିକ ।
