ଜମ୍ମୁ ଆତଙ୍କୀ ଆକ୍ରମଣ ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ଘଟଣାର ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ଜେୱାନ ଅଞ୍ଚଳରେ ବଡ ଧରଣର ଆତଙ୍କୀ ଆକ୍ରମଣରେ ୨ ଯବାନ ଶହୀଦ ହେବା ଘଟଣାରେ ଦୁଖଃ ପ୍ରକାଶ କରିବା ଶହୀଦଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ଆହତ ଯବାନଙ୍କ ଆଶୁଆରୋଗ୍ୟ ମଧ୍ୟ କମାନା କରିବା ସହ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ସୋମବାର ସନ୍ଧ୍ୟାରେ ଘଟିଥିବା ଏହି ଆକ୍ରମଣରେ ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ପ୍ରାୟ ୧୪ ଜଣ ଯବାନ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ଇଣ୍ଡିଆନ୍ ରିଜର୍ଭ ପୋଲିସର ୯ମ ବାଟାଲିୟନର ଯବାନମାନେ ଏକ ବସରେ ଯାଉଥିବା ବେଳେ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ପ୍ରାୟ ୧୪ ରୁ ଉର୍ଦ୍ଧ୍ବ ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଗୁରୁତର ଥିବା ମଧ୍ୟ ସୂଚନା ମିଳିଛି । ଘଟଣାସ୍ଥଳରେ ସୁରକ୍ଷାବଳଙ୍କ ସଂଖ୍ୟା ବୃଦ୍ଧି କରାଯିବା ସହ ସର୍ଚ୍ଚ ଅପରେସନକୁ ମଧ୍ୟ ଜୋରଦାର କରାଯାଇଥିବା କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।
