ଥାନେ ଓ ଦିଭାକୁ ଯୋଡୁଥିବା ଦୁଇଟି ଅତିରିକ୍ତ ରେଳ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମୁମ୍ୱାଇବାସୀଙ୍କୁ ବଡ ଉପହାର ଦେଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଥାନେ ଏବଂ ଦିଭାକୁ ଯୋଡୁଥିବା ଦୁଇଟି ଅତିରିକ୍ତ ରେଳ ଲାଇନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ନୂଆ ରେଳ ଲାଇନ ମୁମ୍ୱାଇବାସୀଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆଣିବ ଏବଂ ଇଜ୍ ଅଫ୍ ଲିଭିଙ୍ଗକୁ ଅଧିକ ସରଳ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ରଖିଛନ୍ତି।
ନୂଆ ରେଳ ଲାଇନର ଉଦଘାଟନ ପରେ ଛତ୍ରପତି ଶିବାଜୀ ମହାରାଜାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ନିଜର ଉଦବୋଧନ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆସନ୍ତା ଶନିବାର ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ଜୟନ୍ତୀ । ସର୍ବପ୍ରଥମେ ମୁଁ ଭାରତର ଗୌରବ, ଭାରତର ପରିଚୟ ଏବଂ ସଂସ୍କୃତି ରକ୍ଷକ,ଦେଶର ମହାନ ମହାୟନକଙ୍କୁ ପ୍ରମାଣ କରୁଛି’ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ସେଣ୍ଟ୍ରାଲ ରେଲୱେ ଲାଇନରେ ୩୬ଟି ଲୋକାଲ ଚାଲୁରହିଛି । ଏଥିରୁ ଅଧିକାଂଶ ଏସି ଟ୍ରେନ । ଏହା ଲୋକାଲର ସୁବିଧାକୁ ଅଧିକ ବ୍ୟାପକ କରିବ, ଲୋକାଲକୁ ଆଧୁନିକ କରିବା ଦିଗରେ କେନ୍ଦ୍ର ସରକାର ସମର୍ପଣ ଭାବକୁ ଦର୍ଶାଉଛି’। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ସରକାର ଗୁଡିକୁ ଟାର୍ଗେଟ କରିଥିଲେ। ଅତୀତରେ ଯୋଜନା ଏବଂ କ୍ରିୟାନ୍ୱୟନର ସମନ୍ୱୟ ଅଭାବରୁ ଭିତ୍ତିଭୂମି ସହ ଜଡିତ ପ୍ରୋଜେକ୍ଟ ବର୍ଷ ବର୍ଷ ଧରି ଚାଲୁ ରହୁଥିଲା। ଏହିପରି ଏକବିଂଶ ଭାରତର ଭିତ୍ତିଭୂମି ନିର୍ମାଣ ସମ୍ଭବ ନୁହେଁ । ଏହାକୁ ଦୂର କରିବା ପଇଁ ଆମେ ପ୍ରଧାନମନ୍ତ୍ରୀ ଗତିଶକ୍ତି ନ୍ୟାସନାଲ ମାଷ୍ଟରପ୍ଲାନର ଆରମ୍ଭ କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମହାରାଷ୍ଟ୍ରର ଥାନେ ଏବଂ ଦିୱା ମଧ୍ୟରେ ଆରମ୍ଭ ହୋଇଥିବା ଏହି ଦୁଇଟି ରେଳ ଲାଇନର ନିର୍ମାଣରେ ୬୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ୧.୪ କିଲୋମିଟର ଲମ୍ୱା ରେଳ ଫ୍ଲାଇ ଓଭର, ତିନିଟି ମୁଖ୍ୟ ବ୍ରିଜ, ୨୧ଟି ଛୋଟ ବ୍ରିଜ ସାମିଲ ରହିଛି।
