ହିନ୍ଦୀ ଦିବସ ଅବସରରେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭକାମନା ଜଣାଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ – ସାରା ବିଶ୍ୱରେ ହିନ୍ଦୀ ଭାରତକୁ ଏକ ସ୍ୱତନ୍ତ୍ର ସମ୍ମାନ ଦିଆ କରାଇଛି । ଏହାର ସରଳତା, ସହଜତା ଓ ସମ୍ବେଦନଶୀଳତା ସବୁବେଳେ ଆକର୍ଷିତ କରିଥାଏ । ହିନ୍ଦୀ ଦିବସ ଅବସରରେ ମୁଁ ସେହି ସମସ୍ତଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ଯେଉଁ ମାନେ ଏହାକୁ ସମୃଦ୍ଧ ଓ ଶକ୍ତିଶାଳୀ କରିବାରେ ଅନେକ ଯୋଗଦାନ ଦେଇଛନ୍ତି ।
