ୟୁଏଇ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଆବୁଧାବି ବିମାନବନ୍ଦରରେ ଭବ୍ୟ ସ୍ୱାଗତ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ୟୁଏଇରେ ପହଞ୍ଚିଛନ୍ତି । ମୋଦି ଆବୁଧାବି ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମୋଦି ଏହି ସମୟରେ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦଙ୍କୁ ସାକ୍ଷାତ କରିଥିଲେ । ମୋଦିଙ୍କ ୟୁଏଇ ଗସ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇପାରେ ବୋଲି ଖବର ମିଳିଛି ।
ମୋଦିଙ୍କ ନେତୃତ୍ୱରେ ଶକ୍ତି, ଖାଦ୍ୟ ନିରାପତ୍ତା ଏବଂ ରକ୍ଷା କ୍ଷେତ୍ରରେ ୟୁଏଇ ରାଷ୍ଟ୍ରପତିଙ୍କ ସହିତ କଥାବାର୍ତ୍ତା ହେବେ । ଏହାଛଡା ଐତିହାସିକ ବ୍ୟାପାର ବୁଝାମଣାରେ ହୋଇଥିବା ପ୍ରଗତିକୁ ନେଇ ସମୀକ୍ଷା କରାଯିବ । ମୋଦି ୨ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ଆବୁଧାବି ପହଞ୍ଚିଛନ୍ତି ।
ୟୁଏଇ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିପାରିବେ । କରୋନା ମହାମାରୀ ସମୟରେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଚୁକ୍ତିନାମା (ସିଇପିଏ) ସ୍ୱାକ୍ଷରିତ ହୋଇଥିଲା। ୟୁଏଇର ଭାରତୀୟ ବିଦେଶୀ ସମ୍ପ୍ରଦାୟ ହେଉଛି ସର୍ବବୃହତ ଜାତି ସମ୍ପ୍ରଦାୟ ଏବଂ ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୩୦ ପ୍ରତିଶତ। ୟୁଏଇର ରେକର୍ଡ ଅନୁଯାୟୀ, ୨୦୨୧ମସିହାରେ ଦେଶରେ ବିଦେଶୀ ଭାରତୀୟ ନାଗରିକଙ୍କ ସଂଖ୍ୟା ପ୍ରାୟ ୩୫ ଲକ୍ଷ ରହିଛି ।
