ମଣିପୁରରେ ଆସାମ ରାଇଫଲ୍ସର ସୁରକ୍ଷାବଳ ଗାଡି ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁରରେ ଆସାମ ରାଇଫଲ୍ସର ସୁରକ୍ଷାବଳ ଗାଡି ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି । ଆଜି ସହିଦ ହୋଇଥିବା ସୈନିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: “ମଣିପୁରରେ ଆସାମ ରାଇଫଲ୍ସର ସୁରକ୍ଷାବଳ ଗାଡି ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କରୁଛି । ଆଜି ସହିଦ ହୋଇଥିବା ସୈନିକ ଏବଂ ପରିବାର ସଦସ୍ୟଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସେମାନଙ୍କର ବଳିଦାନ କେବେ ବି ଭୁଲିହେବ ନାହିଁ । ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ଶୋକସନ୍ତପ୍ତ ପରିବାରମାନଙ୍କ ସହିତ ଅଛି ।”
ସେହିପରି ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ ଅସମ ରାଇଫଲ କାଫେଲ ଉପରେ ଉଗ୍ରବାଦୀମାନେ କରିଥିବା ଆକ୍ରମଣର ଗଭୀର ନିନ୍ଦା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ ଅସମ ରାଇଫଲ ବାହନ ଉପରେ ଉଗ୍ରବାଦୀ ମାନଙ୍କ ଭିରୁତା ଭାବରେ ଆକ୍ରମଣର ମୁଁ କଡା ନିନ୍ଦା କରିଛନ୍ତି । ଆକ୍ରମଣରେ ଚୁରାଚାନ୍ଦପୁର ର ସିଓ ଓ ତାଙ୍କ ପରିବାରର କିଛି ସୁରକ୍ଷା କର୍ମିଙ୍କର ମୃତ୍ୟ ଘଟିଛି । ଉଗ୍ରବାଦି ମାନଙ୍କୁ ଧରିବା ପାଇଁ ରାଜ୍ୟର ପୁରା ଫୋର୍ସକୁ ମୁତୟନ କରାଯାଇଛି ।
