ମୁମ୍ବାଇରେ ଘର ଭୁଶୁଡ଼ି ମୃତ୍ୟୁବରଣ କରିଥିବା ପରିବାରଙ୍କୁ ୨ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ମୁମ୍ବାଇ : ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଚେମ୍ବୁର ଏବଂ ବିଖ୍ରୋଲି ଅଞ୍ଚଳରେ ଘର ଭୁଶୁଡ଼ି ଯାଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଥବା ବେଳେ ଅନେକ ଆହତ ହୋଇଛନ୍ତି ।ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇବା ସହ ୨ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ।
ଏନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍ କରି ଲେଖିଥିଲେ ଯେ, ‘ମୁମ୍ବାଇର ଚେମ୍ବୁର ଏବଂ ବିଖ୍ରୋଲି ଅଞ୍ଚଳରେ ଘର ଭୁଶୁଡ଼ି ମୃତୁବରଣ କରିଥିବା ମୃତକଙ୍କ ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ମୃତକଙ୍କ ପରିବାର ପ୍ରତି ମୋର ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି।’
