ଯୁକ୍ତ୨ ନାମଲେଖା : ପ୍ରକାଶ ପାଇଲା ମେଧା ତାଲିକା
Students during counselling at UIET in Chandigarh on Monday, July 15 2013. Express Photo by Kshitij Mohan
ଭୁବନେଶ୍ୱର : ଯୁକ୍ତ୨ ନାମଲେଖା ପାଇଁ ସୋମବାର ମେଧା ତାଲିକା ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ www.samsodisha.gov.in ୱେବସାଇଟରେ ତାଲିକା ଦେଖିପାରିବେ । ମଙ୍ଗଳବାର ଠାରୁ ଆସନ୍ତା ୨୧ ତାରିଖ ମଧ୍ୟରେ ନାମଲେଖା ହେବ । ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ରେଭେନ୍ସା ଜୁନିୟର କଲେଜ ଆଗରେ ରହିଛି । କଳାରେ ୭୯.୩୧%, ବାଣିଜ୍ୟରେ ୮୨% ଓ ବିଜ୍ଞାନରେ ୯୧.୩୩% ରହିଛି । ସେହିପରି ବିଜେପିରେ କଳାରେ ୭୮%, ବିଜ୍ଞାନରେ ୯୦.୬୭% ଓ ବାଣିଜ୍ୟରେ ୭୭.୫% କଟ୍ ଅଫ୍ ମାର୍କ ରହିଛି । ଯୁକ୍ତ୨ ପାଇଁ ୪ଲକ୍ଷ ୩୫ହଜାର ୯୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଲକ୍ଷ ୮୬ହଜାର ୪୬୪ ଜଣ ପ୍ରଥମ କଟ୍ ଅଫରେ ମନୋନୀତ ହୋଇଛନ୍ତି । ତେବେ କଳାର ପ୍ରଥମ କଟ୍ ଅଫରେ ୨ ଲକ୍ଷ ୪୭ ହଜାର ୯୦୭ ଜଣ ମନୋନୀତ ହୋଇଛନ୍ତି । ସେହିପରି ବାଣିଜ୍ୟର ପ୍ରଥମ କଟ୍ ଅଫରେ ୨୪ ହଜାର ୫୬୦ ଜଣ ମନୋନୀତ ହୋଇଛନ୍ତି । ଏହା ସହ ବିଜ୍ଞାନର ପ୍ରଥମ କଟ୍ ଅଫରେ ୧ ଲକ୍ଷ ୭ ଶହ ୩୭ ଜଣ ମନୋନୀତ ହୋଇଛନ୍ତି ।
ସୂଚନା ଯେ, ତେବେ ନାମଲେଖା ସମୟରେ ଯେପରି କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଇଣ୍ଟିମେସନ୍ ଲେଟର୍ରେ ସବିଶେଷ ତଥ୍ୟ ରହିବା ପିଲାମାନେ କେଉଁ ସମୟରେ ନାମଲେଖା ପାଇଁ କ୍ୟାମ୍ପସକୁ ଆସିବେ, ସେନେଇ ଇଣ୍ଟିମେସନ୍ ଲେଟର୍ରେ ଉଲ୍ଲେଖ କରାଯିବ। ନାମ ଲେଖାଇବାକୁ ଆସିବା ସମୟରେ ମାସ୍କ ପରିଧାନ, ଥର୍ମାଲ ସ୍କ୍ରିନିଂ, ବିଶୋଧନ ଓ ସାମାଜିକ ଦୂରତା ବଜାୟ ରଖିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜର ଅଧ୍ୟକ୍ଷଙ୍କୁ କୁହାଯାଇଛି। ପ୍ରତି ଘଣ୍ଟାରେ ଅତିବେଶିରେ ୧୫ଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ଅନୁମତି ଦିଆଯିବ । ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ନାମଲେଖା ହେବା ପୂର୍ବାହ୍ନ ୯ଟାରୁ ଅପରାହ୍ଣ ଗୋଟାଏ ଓ ଅପରାହ୍ଣ ଗୋଟାଏରୁ ୫ଟା ଯାଏ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବା।
