ରାଜ୍ୟରେ ୧୪ରୁ ଖୋଲିବ ପ୍ଲେ ସ୍କୁଲ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଘରୋଇ ପ୍ଲେ ସ୍କୁଲ ଓ କେଜି ଶ୍ରେଣୀ ଖୋଲିବାକୁ ଅନୁମତି ଦିଆଯାଇଛି । ଫେବୃଆରୀ ୧୪ ତାରିଖରୁ ପ୍ଲେ ସ୍କୁଲ ଖୋଲିବାକୁ ଅନୁମତି ଯାଇଥିବା ରାଜ୍ୟ ସରକାର ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ କରୋନା ଟୀକା ନେଇଥିବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ସେହିପରି ଶିକ୍ଷକ, ଅଣଶିକ୍ଷକ, ସପୋର୍ଟ ଷ୍ଟାଫ କରୋନା ଟୀକାର ଡବଲ ଡୋଜ ନେଇଥିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ପୂର୍ବରୁ ଫେବୃଆରୀ ୧୪ରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ ।
ରାଜ୍ୟରେ ଖୋଲିବ ପ୍ରାଇଭେଟ୍ ପ୍ରି-ସ୍କୁଲ । ପ୍ଳେ, ନର୍ସରୀ ଓ କେଜି ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ୧୪ ଫେବ୍ରୁଆରୀ ଠାରୁ ଖୋଲିବ ସ୍କୁଲ । ଏ ନେଇ ଚିଠି ଲେଖି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ରୁପଦ ସେଠୀ । ସ୍କୁଲରେ କୋଭିଡ ନିୟମର କଡ଼ାକଡ଼ି ପାଳନ ହେବ । ଉଭୟ ଟିଚିଂ ଏବଂ ନନ୍ଟିଚିଂ ଷ୍ଟାଫ୍ କରୋନା ଟିକାର ଉଭୟ ଡୋଜ୍ ନେଇଥିବା ବାଧ୍ୟତାମୂଳକ । ଅନ୍ୟପକ୍ଷରେ ସୋମବାରଠୁ ଅଷ୍ଟମ ଶ୍ରେଣୀରୁ ଊର୍ଦ୍ଧ୍ୱ ସମସ୍ତ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇଛି । କୋଭିଡ କଟକଣା ଭିତରେ ଅଫଲାଇନରେ ଚାଲିବ କ୍ଲାସ୍ । ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କ୍ଲାସ୍ ଚାଲିବ । ମଧ୍ୟାହ୍ନ ଭୋଜନରେ କେବଳ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ । ୧୪ ତାରିଖରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ହେବ ପାଠପଢା । କ୍ଳାସରୁମ୍ ସାନିଟାଇଜ୍ ହେବା ସହ ଚେୟାର ଟେବୁଲ୍ ପ୍ରସ୍ତୁତ କରୁଛନ୍ତି ସ୍କୁଲ କର୍ତୃପକ୍ଷ । ସଂକ୍ରମଣ କମୁଥିବାରୁ ଅଫଲାଇନ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଦଶମ ଏବଂ କାଉନ୍ସିଲ ବୋର୍ଡକୁ ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୁବିଧା ଦେଖି ପରୀକ୍ଷା ତାରିଖ ଘୋଷଣା କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବୋର୍ଡ । ତେବେ ଦୀର୍ଘଦିନ ପରେ ସ୍କୁଲ ଖୋଲିବାକୁ ନେଇ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି ।
