ଚମ୍ପେଇପାଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଯାଜପୁର : ଦଶରଥପୁର ବ୍ଲକ ଚମ୍ପେଇପାଳ ପଞ୍ଚାୟତ କୁଆଁରପୁର ଠାରେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଚମ୍ପେଇପାଳ ସରପଞ୍ଚ ହିମାଂଶୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଯାଜପୁର ବିଧାୟକଙ୍କ ପ୍ରତିନିଧି ତଥା ବରିଷ୍ଠ ବିଜେଡି ନେତା କର୍ଣ୍ଣାଟକେଶରୀ ଦାସ ମୁଖ୍ୟ ଅତିଥିଭାବେ ବୃକ୍ଷରୋପଣ କରି ଉଦ୍ଘାଟନ କରିବା ସହିତ ବୃକ୍ଷ ଭାରତୀୟ ସଂସ୍କୃତିର ଅନନ୍ୟ ପରମ୍ପରା ହୋଇଥିବା ବେଳେ ବୃକ୍ଷ ରୋପଣ ଦ୍ୱାରା ପରିବେଶ ଓ ଏହାର ଉପକାର ଉପରେ ସବିଶେଷ ଆଲୋକପାତ କରିଥିଲେ । ଏହିପରିପ୍ରେକ୍ଷୀରେ ପଞ୍ଚାୟତ ଅନ୍ତର୍ଗତ ନାଳପାରି ଛକ ଠାରୁ ବୈକୁଣ୍ଠପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଦୁଇ ପାଶ୍ୱର୍ରେ ଶତାଧିକ ବୃକ୍ଷରୋପଣ କରାଯାଇଥିଲା । ସମ୍ମାନିତ ଅତିଥିଭାବେ ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ମନସ୍ୱିନୀ ଦାସ, ମାମିନା ମଲ୍ଲିକ, ସମିତିସଭ୍ୟ ବିଜୟ ନାୟକ, ବ୍ଲକ ସହକାରୀ ଯନ୍ତ୍ରୀ ରାହାସ ବିହାରୀ ଜେନା, କନିଷ୍ଠ ଯନ୍ତ୍ରୀ ନିର୍ମଳ ଚନ୍ଦ୍ର କାପ, ପଞ୍ଚାୟତ ପିଇଓ ଝିଲି ସାହୁ, ଜିଆର୍ଏସ୍ କାର୍ତ୍ତିକ ସାହୁ, ପ୍ରାକ୍ତନ ସମିତିସଭ୍ୟ ଜୟନ୍ତ ନାୟକ, ପଞ୍ଚାୟତ ସଭାପତି ସୁସିଲ୍ କୁମାର ମହାନ୍ତି, ଯୁବନେତା ଅଜିତ ସାମଲ, ଓମପ୍ରକାଶ ନାୟକ, ସମାଜସେବୀ ପ୍ରଭୂକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ବହୁ ସଂଖ୍ୟାରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଓ ଜନସାଧାରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
