ପୁନରୁଦ୍ଧାର ହେବ ପିପିଲି ଚାନ୍ଦୁଆ ହବ
ପିପିଲି : ପିପିଲି ଚାନ୍ଦୁଆ ହବର ହେବ ପୁନରୁଦ୍ଧାର । ପ୍ରାୟ ୧୦ ବର୍ଷ ଧରି କୋଟି କୋଟି ଟଙ୍କାରେ ନିର୍ମାଣ ଧୀନ ପିପିଲି ଓରକଳ ନିକଟସ୍ଥ ଚାନ୍ଦୁଆ ହବ ନିର୍ମାଣ ହୋଇ ପଡି ରହିଥିବା ବେଳେ ଏହା ଚାନ୍ଦୁଆ କାରିଗର ଙ୍କର କୌଣସି କାର୍ଯ୍ୟ ରେ ଆସୁନାହିଁ ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଦୀର୍ଘ ଦିନ ନିର୍ମାଣ ଘର ନଷ୍ଟ ହେବାକୁ ବସିଥିବା ବେଳେ ଏହା ଅସାମାଜିକ ଙ୍କର ଆଡା ସ୍ଥଳୀ ପାଲଟିଥିଲା । ପୁରୀ ଜିଲା ପ୍ରକଳ୍ପ ଅଧିକାରୀ ଜ୍ୟୋତି ପ୍ରକାଶ ମହାପାତ୍ର ଏହି ଚାନ୍ଦୁଆ ହବକୁ ପରିଦର୍ଶନ କରିଥିଲେ । ଚାନ୍ଦୁଆ କାରିଗର ମାନଙ୍କ ସହିତ ଆଲୋଚନା କରି ଏହି ହବ କିଭଳି ପୁନଃରୁଦ୍ଧାର ହୋଇ ପାରିବ ସେ ନେଇ ଆଲୋଚନା କରିଥିଲେ ।
ବିଶ୍ଵ ପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପ ଏହି ହବ କିଭଳି ଏ ନେଇ ଆଲୋଚନା କରାଯାଇଥିଲା । ପ୍ରାୟ ୧୦କୋଟି ଟଙ୍କାର ନିର୍ମାଣ କରାଯାଇଥିବା ଏହି ଚାନ୍ଦୁଆ ହବ ଲୋକାର୍ପଣ ପୂର୍ବରୁ ତାର ସୌନ୍ଦର୍ଯ୍ୟ ହରାଇ ଥିବା ବେଳେ ଏହାର କିଭଳି ପୁନରୁଦ୍ଧାର ହୋଇ ପାରିବ ଏ ନେଇ ଆଲୋଚନା କରାଯିବା ସହିତ ସମୀକ୍ଷା କରିଛନ୍ତି ଜିଲାର ପ୍ରଶାସନ ଅଧିକାରୀ । ସେପଟେ ବର୍ଷ ବର୍ଷ ଧରି ଅଚଳ ହୋଇ ରୁଗଣ ଅବସ୍ଥାରେ ଥିବା ଚନ୍ଦୁଆ ହବ ପୁନରୁଦ୍ଧାର ନେଇ ଅନେକ କାରିଗର ଓ ବ୍ୟବସାୟୀ ଏ ନେଇ ଆଶା ଆଶଙ୍କା ରେ ରହିଥିବା ବେଳେ ଏହାର ପୁନରୁଦ୍ଧାର ନେଇ ଆଶା ବାଦୀ ରହିଛି ପିପିଲି ଚନ୍ଦୁଆ କ୍ଳଷ୍ଟର । ସେପଟେ ଖୁବଶୀଘ୍ର ଏହାର ପୁନରୁଦ୍ଧାର ନେଇ ଜିଲ୍ଲା ପ୍ରଶାସନ ଦେଖାଇଛି ତତ୍ପରତା । ପୁରୀ ପ୍ରକଳ୍ପ ଅଧିକାରୀ ଙ୍କ ଏହି ଗ୍ରସ୍ତ ସମୟ ରେ ପିପିଲି ବିଡିଓ ରଶ୍ମିତା ନାଥ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ l
