ପୂରଣ ହୋଇପାରୁନି ପିଜି ସିଟ୍, ୧୫ରୁ ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା
ଭୁବନେଶ୍ୱର : ପୂରଣ ହୋଇପାରୁନି ପିଜି ସିଟ୍ । ପିଜି ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ନାମଲେଖା ପ୍ରକ୍ରିୟା ।
ସୂଚନା ଯେ, ବାରମ୍ବାର ନାମଲେଖା ପ୍ରକ୍ରିୟା ପରେ ମଧ୍ୟ ପିଜି ସିଟ୍ ପୂରଣ ହେଉନାହିଁ । ଏନେଇ ବିଭାଗର ଅଧୀନରେ ଥିବା ମହାବିଦ୍ୟାଳୟରେ ସ୍ପଟ୍ ନାମଲେଖା ପାଇଁ ନିୟମାବଳୀ ଜାରି ହୋଇଛି । ଛାତ୍ରଛାତ୍ରୀ ୧୯ ତାରିଖ ପର୍ଯ୍ୟନ୍ତ ସାମ୍ସ ୱେବସାଇଟରେ ନୂତନ ଭାବେ କମନ ଆପ୍ଲିକେସନ ଫର୍ମ (ସିଏଏଫ) ଦାଖଲ କରିପାରିବେ । ଏହାପରେ ୨୨ ତାରିଖରେ ଖାଲିଥିବା ସିଟ୍ ପାଇଁ ମେଧା ତାଲିକା ପ୍ରକାଶ ପାଇବ । ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା ୨୨ ରୁ ୨୪ ତାରିଖ ମଧ୍ୟରେ ଇଣ୍ଟିମେସନ୍ ଲେଟର ସଂଗ୍ରହ କରିବା ସହ ଫି’ ଦାଖଲ କରିପାରିବେ । ୨୩ ଓ ୨୪ ତାରିଖରେ ସମ୍ପୃକ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରାଯିବ ଏବଂ ନାମଲେଖା ଅନୁଷ୍ଠିତ ହେବ। ୨୪ ତାରିଖ ସୁଦ୍ଧା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ କରିବେ ।
