ସୁରକ୍ଷାବଳର ବଙ୍କର ଉପରେ ପେଟ୍ରୋଲ ବୋମା ପକାଇବା ଘଟଣା, ବୁର୍ଖା ପିନ୍ଧା ମହିଳା ଗିରଫ
ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀରର ସୋପୋରେ ଅଞ୍ଚଳରେ ସୁରକ୍ଷାବଳର ବଙ୍କର ଉପରେ ପେଟ୍ରୋଲ ବୋମା ପକାଇବା ଘଟଣା । ଧରାପଡ଼ିଲେ ବୁର୍ଖା ପିନ୍ଧା ମହିଳା । ମହିଳା ଜଣକ ହେଲେ ହସିନା ଆଖତର । ବାରାମୁଲା ବାସିନ୍ଦା ପ୍ରତିବନ୍ଧିତ ମହିଳାଙ୍କ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଦୁଖତାରାନ-ଇ-ମିଲାତ ସହ ଜଡ଼ିତ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ହସିନାଙ୍କ ଉପରେ ପୂର୍ବରୁ ୩ଟି ୟୁଏପିଏ(ଦେଶ ଦ୍ରୋହ) ଅଧୀନରେ ମାମଲା ଚାଲଛି। କିଛି ମାସ ତଳେ ତାଙ୍କୁ ଜାମିନରେ ଛଡ଼ା ଯାଇଥିଲା। ମହିଳା ଜଣଙ୍କ ବୁର୍ଖାରେ ଆସି ଗତ ମଙ୍ଗଳବାର ସିଆରପିଏଫ୍ କ୍ୟାମ୍ପ ଉପରେ ପେଟ୍ରୋଲ ବୋମା ପକାଇଥିଲେ।
କିନ୍ତୁ ବୋମାଟି କ୍ୟାମ୍ପର ଗେଟ ଆଗରେ ଫାଟି ଯାଇଥିଲା । ସିସିଟିଭି ଫୁଟେଜରେ କଏଦ ହୋଇଥିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହୋଇଥିଲା। ବୋମା ଆକ୍ରମଣ ପରେ ସେ ଗିରଫ ହେବାରୁ ବର୍ତ୍ତିବା ପାଇଁ ସେ ଫେରାର ହୋଇଯାଇଥିଲେ। କିନ୍ତୁ ସିସିଟିଭି ଆଧାରରେ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା। ସୋପୋରେ ପୋଲିସ ତାଙ୍କୁ ଗୁରୁବାର ଗିରଫ କରିଥିବା ବରିଷ୍ଠ ପୋଲିସ ଅଧିକାରୀ ବିଜୟ କୁମାର କହିଛନ୍ତି।
