୨୦୨୧ ବର୍ଷର ପର୍ସନ ଅଫ ଦି ଇୟର ଏଲନ ମସ୍କ
ନୂଆଦିଲ୍ଲୀ : ବିଶ୍ବର ସବୁଠୁ ବିତ୍ତଶାଳୀ ବ୍ୟକ୍ତି ହେଲେ ଏଲନ ମସ୍କ । ବୈଦ୍ୟୁତିକ ଯାନ ନିର୍ମାଣ କରୁଥିବା ଆମେରିକାର ସଂସ୍ଥା ଟେସଲାର ମୁଖ୍ୟ ଏନଲ ମସ୍କଙ୍କୁ ୨୦୨୧ ବର୍ଷର ପର୍ସନ ଅଫ ଦି ଇୟର ଭାବେ ଘୋଷଣା କରାଯାଇଛି । ଏ ନେଇ ଟାଇମ୍ସ ପତ୍ରିକାର ଏଡିଟର୍ ଇନ୍ ଚିଫ୍ ଏଲନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଟେଲସା ଓ ମହାକାଶ ଅନୁସନ୍ଧାନକାରୀ ସଂସ୍ଥା ସ୍ପେସଏକ୍ସର ପ୍ରତିଷ୍ଠାତା ଓ ସିଇଓ ହେଉଛନ୍ତି ଏଲନ ମସ୍କ ।
Elon Musk (@elonmusk) is TIME's 2021 Person of the Year #TIMEPOY https://t.co/8Y5BhIldNs pic.twitter.com/B6h6rndjIh
— TIME (@TIME) December 13, 2021
ଏଲନ ମସ୍କ କେବଳ ଦୁନିଆର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ଭାବେ ପ୍ରତିଷ୍ଠାଲାଭ କରିବାର ସୌଭାଗ୍ୟ ହାସଲ କରିନାହାନ୍ତି ବରଂ ସମାଜରେ ପରିବର୍ତ୍ତନ ପାଇଁ ଏକ ବଡ ଉଦାହରଣ ସାଜିଥିବା ଟାଇମ ପତ୍ରିକା ପକ୍ଷରୁ କୁହାଯାଇଛି। ଆଗକୁ ମାନବ ଜାତିକୁ ମଙ୍ଗଳ ଗ୍ରହରେ ଅବସ୍ଥାପିତ କରିବା ପାଇଁ ଯୋଜନା ରଖିଛନ୍ତି ଏଲନ ମସ୍କ । ବର୍ତ୍ତମାନ ମସ୍କଙ୍କ ସମୁଦାୟ ସମ୍ପତ୍ତି ମୂଲ୍ୟ ୨୬୫.୪ ବିଲିୟନ ଡଲାରରେ ପହଞ୍ଚିଛି । ୧୯୨୭ ରୁ ଟାଇମ ମାଗାଜିନ ‘ମ୍ୟାନ ଅଫ ଦ ୟର’ ଆଖ୍ୟା ଦେଇଆସୁଛି। ପରେ ସବୁ କ୍ଷେତ୍ରରେ ମହିଳାଙ୍କ ବୃଦ୍ଧି ପାଉଥିବା ଭାଗିଦାରୀକୁ ଦୃଷ୍ଟିରେ ରଖି ମାଗାଜିନ ଏହି ଆଖ୍ୟାକୁ ‘ପର୍ସନ ଅଫ ଦ ୟର’କୁ ପରିବର୍ତ୍ତନ କରିଥିଲା। ୨୦୨୦ ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ କମଳା ହାରିସଙ୍କୁ ‘ଟାଇମ ପର୍ସନ ଅଫ ଦ ୟର’ ଚୟନ କରାଯାଇଥିଲା ।
