୩ରେ ବିଭିନ୍ନ ଦୁର୍ନୀତିକୁ ନେଇ ନୀଳଗିରି ବ୍ଲକ ସମ୍ମୁଖରେ ଧାରଣା : ପୂର୍ବତନ ବିଧାୟକ
ନୀଳଗିରି : ନୀଳଗିରିର ପୂର୍ବତନ ବିଧାୟକ, ଚିତ୍ତରଞ୍ଜନ ଷଡ଼ଙ୍ଗୀ ଙ୍କ ଦ୍ଵାରା ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଖବରଦାତା ସମ୍ମିଳନୀ ନୀଳଗିରି ସର୍କେଟ ହାଉସ ପରିସରରେ ଗୁରୁବାର ନୀଳଗିରି ବ୍ଲକରେ ହୋଇଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଥିବା ବେଳେ ଏହାର କୌଣସି ସୁଫଳ ନ ମିଳିବାରୁ ଆସନ୍ତା ନଭେମ୍ବର ତିନିରେ ବ୍ଲକ ସମ୍ମୁଖରେ ଗଣଧାରଣା ବସିବେ ବୋଲି ସୂଚନା ଦେଇଛନ୍ତି।
ଏହି ସମ୍ମିଳନୀରେ ନୀଳଗିରି ବ୍ଲକ୍ ସମେତ ବିଭିନ୍ନ ପଞ୍ଚାୟତରେ ହେଇଥିବା ଅନେକ ଦୁର୍ନୀତି ମୂଳକ କାର୍ଯ୍ୟ ତଥା କୋଭିଡ୍ ପରିଚାଳନାରେ ଖାଦ୍ୟ ଯୋଗାଣ, ବିଭିନ୍ନ ସାମଗ୍ରୀ କିଣା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ମୋ ବଗିଚା, ଗୁହାଳ ଘର ଯୋଜନାରେ ଉପଯୁକ୍ତ ବେନିଫିସରିଙ୍କୁ ଘର ଦିଆ ଯାଇନଥିବା ଘଟଣା ମହା ଦୁର୍ନୀତି ହୋଇଥିବା ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ । ସେହିପରି ବ୍ଲକରେ କୌଣସି ଗ୍ରାମ୍ୟ କମିଟିକୁ ୱାର୍କ ଅର୍ଡର୍ ଦିଆ ନଯାଇ ବିଭାଗୀୟ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ୱାର୍କ ଅର୍ଡର୍ ଇସୁ କରାଯାଇ ନିମ୍ନ ମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା କହିଥିଲେ। ବି.ଡି.ଓ. ନୀଳଗିରି ପ୍ରତ୍ୟେକ କାର୍ଯ୍ୟ ପଞ୍ଚାୟତ ହେଉକି ବ୍ଲକ ହେଉ ବିଲ୍ ପାସ୍ ନାମରେ ପିସି ଆଦାୟ। ବି.ଡି.ଓ. ହେଡ୍ କ୍ୱାଟରରେ ନରହିବା ବାଲେଶ୍ଵର ଘରେ ରହୁଥିବା ଅଭିଯୋଗ ହୋଇଛି । ବ୍ଲକରେ ମହା ଦୁର୍ନୀତି ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ପତ୍ର ଲେଖିବା ସହିତ, ତାହାର ଏକ କପି ମାନ୍ୟବର ପଞ୍ଚାୟତ ରାଜ ମନ୍ତ୍ରୀ ଓଡ଼ିଶା, କଲେକ୍ଟର ବାଲେଶ୍ଵରଙ୍କୁ ଦେଇଥିବା କହିଛନ୍ତି। ଅପର ପକ୍ଷରେ ଆଗାମୀ ୩ତାରିଖରେ ବ୍ଲକ୍ ଅଫିସ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବେ ବୋଲି କହିଛନ୍ତି ।
