ଦୁଇ ଚୋରକୁ କାବୁ କରି ପୋଲିସରେ ଜିମା ଦେଲେ ଲୋକେ
ଲଙ୍ଗଳେଶ୍ୱର : ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ବିଳମ୍ବିତ ରାତିରେ ଚିଙ୍ଗୁଡି ଗାଡ଼ିଆରୁ ପମ୍ପସେଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି କରୁଥିବା ସମୟରେ ଦୁଇଜଣ ଚୋରକୁ ଧରି ନିସ୍ତୁକ ମାଡ଼ ମାରି ପୋଲିସରେ ଜିମା ଦେଲେ ଲୋକେ ।
ସୂଚନା ଅନୁଯାୟୀ ସିଂଲା ଥାନା ସାର୍ଥା ଫାଣ୍ଡି ଅନ୍ତର୍ଗତ ରାଜଧାନୀ ଛକ ନିକଟରେ ଥିବା ଜନୈକ ବ୍ୟକ୍ତିଙ୍କ ଚିଙ୍ଗୁଡି ଗାଡ଼ିଆରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଜଣ ଚୋର ପଶି ପମ୍ପସେଟ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇ ପଳାଉ ଯାଉଥିବା ସମୟରେ ଚିଙ୍ଗୁଡି ଗାଡ଼ିଆ ମାଲିକ କୌଣସି ସୂତ୍ରରୁ ଜାଣିପାରି ୨ ଜଣ ଚୋରକୁ ଗୋଡ଼ାଇ ଗୋଡ଼ାଇ କାବୁ କରି ଉତ୍ତମ ମଧ୍ୟମ ଦେବାପରେ ଦଉଡ଼ିରେ ବାନ୍ଧି ପୋଲିସର ଜିମା ଦେଇଥିଲେ । ସାର୍ଥା ପାଣ୍ଡି ପୋଲିସ ଦୁଇ ଚୋରଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି ।
