ତମାଖୁ ଦୋକାନରେ ଚଢାଉ ଜୋରିମାନା ଆଦାୟ
ପୁରୀ : ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ପୌରାଞ୍ଛଳରେ ତମାଖୁ ଦୋକାନରେ ଚଢାଉ କରାଯାଇଛି । ୨୨ ଜଣ ତମାଖୁ ବିକ୍ରୟତାଙ୍କ ଠାରୁ ୨୪୫୦ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ଚଢାଉରେ ଭେଷଜ ନିରୀକ୍ଷକ ଅଞ୍ଜନ କୁମାର ସାହୁ, ଖାଦ୍ୟ ସୁରକ୍ଷା ଅଧିକାରୀ ଦେବଶ୍ରୀ ସାହୁ,ଏଏସଆଇ ଧ୍ରୁବଚରଣ ଲେଙ୍କା,ଡ଼ାକ୍ତର ,ଜିଲ୍ଲା ତମାଖୁ ନିୟନ୍ତ୍ରଣ ପରାମର୍ଶ ଅଧିକାରୀ ଡ଼ାକ୍ତର ସୁଶାନ୍ତ ବିଶ୍ୱାଳ, ତମାଖୁ କାଉନସିଲର ମାନସ କୁମାର ପଣ୍ଡା,ଅବକାରୀ ଅଧିକାରୀ ସନ୍ତୋଷ କୁମାର ନାୟକ ଓ ଜିଜ୍ଞାସୁ ସାହୁ ଦୋକାନିମାନଙ୍କୁ ସଚେତନ କରାଇଥିଲେ । ସେମାନଙ୍କ ଠାରୁ ବିପୁଳ ପରିମାଣର ବେଆଇନ ତମାଖୁ ଜବତ କରାଯାଇଛି ।
