ପେଟିଏମର ଟ୍ରାଞ୍ଜିଟ୍ କାର୍ଡ ଲଞ୍ଚ : ଗୋଟିଏ କାର୍ଡ ମାଧ୍ୟମରେ ସମସ୍ତ କାମ ସହଜରେ କରିପାରିବେ
ନୂଆଦିଲ୍ଲୀ : ଯଦି ଆପଣ ଅନଲାଇନ ପେମେଣ୍ଟ ପାଇଁ ପେଟିଏମ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଜାଣିବା ନିହାତି ଜରୁରୀ । କାରଣ ପେଟିଏମ ଲଞ୍ଚ କରିଛି ନୂତନ ଟ୍ରାଞ୍ଜିଟ କାର୍ଡ । ଯାହାକୁ ସ୍ୱତନ୍ତ୍ର ଭାବେ ମେଟ୍ରୋ, ବସ୍, ଟ୍ରେନ ଏବଂ ପାର୍କିଂ ପେମେଣ୍ଟ କରିବା ପାଇଁ ଲଞ୍ଚ କରାଯାଇଛି ।
ଏକ ପ୍ରକାରର ପ୍ରିପେଡ କାର୍ଡ ହେଉଛି ଟ୍ରାଞ୍ଜିଟ କାର୍ଡ । ଯାହାକୁ ଆପଣଙ୍କ ପେଟିଏମ ୱାଲେଟ ବାଲାନ୍ସ ସହ ଲିଙ୍କ କରାଯାଏ । ଆପଣ ଆପଣଙ୍କ ୱାଲେଟ ବାଲାନ୍ସକୁ ମଧ୍ୟ ଏହି କାର୍ଡ ମାଧ୍ୟମରେ ବ୍ୟବହାର କରିପାରିବେ । ଏହାବ୍ୟତିତ ପାର୍କିଂରେ ମଧ୍ୟ ବ୍ୟବହାର କରିପାରିବେ।
ଏହାର ସୂଚନା ଦେଇ ପେଟିଏମ ପେମେଣ୍ଟଓ ବ୍ୟାଙ୍କର ଏମଡି କହିଛନ୍ତି କି, ପେଟିଏମ ଟ୍ରାଞ୍ଜିଟ କାର୍ଡର ସବୁଠାରୁ ବଡ ଫାଇଦା ହେଉଛି ଦେଶର ଲକ୍ଷାଧିକ ୟୁଜର୍ସ ଗୋଟିଏ କାର୍ଡ ମାଧ୍ୟମରେ ସମସ୍ତ କାମ ସହଜରେ କରିପାରିବେ ।
