ଇଣ୍ଡିଆନ ଆଇଡଲ-୧୨ର ବିଜେତା ହେଲେ ପୱନଦୀପ
ମୁମ୍ବାଇ : ସୋନି ଟିଭିରେ ପ୍ରସାରିତ ରିୟଲିଟି ଶୋ’ ଇଣ୍ଡିଆନ ଆଇଡଲ-୧୨ର ବିଜେତାଙ୍କ ନାମ ଘୋଷଣା ହୋଇଛି । ରବିବାର ସନ୍ଧ୍ୟାରେ ଶୋ’ର ଗ୍ରାଣ୍ଡ ଫାଇନାଲରେ ଜୁରୀ ସଦସ୍ୟମାନେ ବିଜେତାଙ୍କ ନାମ ଘୋଷଣା କରିଥିଲେ । ଫାଇନାଲରେ ଉତ୍ତରାଖଣ୍ଡ ଚମ୍ପାୱତର ପୱନଦୀପ ଅନ୍ୟ ୫ ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି । ପୁରସ୍କାର ବାବଦଙ୍କୁ ତାଙ୍କୁ ୨୫ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି। ଏହା ସହିତ ତାଙ୍କୁ ଏକ ମାରୁତି ସ୍ୱିଫ୍ଟ କାର ମଧ୍ୟ ପ୍ରଦାନ କରାଯାଇଛି।
ସେହିପରି ପଶ୍ଚିମବଙ୍ଗର ଅରୁଣିତା କାଞ୍ଜିଲାଲ୍ ପ୍ରଥମ ଓ ମୁମ୍ବାଇର ସାଏଲି କାମ୍ବଲେ ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି। ଉଭୟଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି। ୪ର୍ଥ ସ୍ଥାନରେ ରହିଥିଲେ ମହମ୍ମଦ ଦାନିସ, ପଞ୍ଚମ ସ୍ଥାନରେ ନିହାଲ ଏବଂ ଷଷ୍ଠ ସ୍ଥାନରେ ସନମୁଖା ପ୍ରିୟା ରହିଥିଲେ ।
