ପୁଣି ଚର୍ଚ୍ଚାରେ ପୱନଦୀପ-ଅରୁଣିତା! ବିବାହ ଫଟୋ ଭାଇରାଲ
ମୁମ୍ବାଇ : ଗାୟକ ପୱନଦୀପ ରାଜନ ଏବଂ ଅରୁଣିତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିଲା । କୁହାଯାଉଥିଲାଯେ, ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି । ଇଣ୍ଡିଆନ୍ ଆଇଡଲ୍-୧୨ର ଏହି ଦୁଇ ଯୋଡ଼ିଙ୍କୁ ଦର୍ଶକ ପସନ୍ଦ କରିବା ସହିତ ବହୁତ ଭଲ ପାଇବା ମଧ୍ୟ ଦେଇଥିଲେ । ପୱନଦୀପ ରାଜନ ଏବଂ ଅରୁଣିତା ପରସ୍ପରକୁ ବିବାହ କରିବେ ଏହି ଖବର ମଧ୍ୟ ସମ୍ନାକୁ ଆସିଥିଲା । ହେଲେ ବର୍ତ୍ତମାନ ଦୁଇ ଜଣଙ୍କର ଏକ ବିବାହର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ଏକ ବିବାହ ଦମ୍ପତ୍ତି ବେଶରେ ନଜର ଆସିଛନ୍ତି । ଉଭୟଙ୍କୁ ଦେଖିଲେ ଲାଗୁଛି ଯେପରି ସେମାନେ ଲୁଚି ଛପି ବିବାହ କରି ନେଇଛନ୍ତି ।
ତେବେ ଏହି ଫଟୋ ଗୁଡ଼ିକର ବାସ୍ତବତା ଅଲଗା । କାରଣ ପୱନଦୀପ ଏବଂ ଅରୁଣିତାଙ୍କ ବ୍ରେକଅପ୍ ଖବର ପରେ ସେମାନଙ୍କ ପ୍ରଶଂସକମାନେ ବହୁତ ଦୁଃଖିତ ଥିଲେ । ବୋଧହୁଏ ସେମାନଙ୍କ ଏହି ଫଟୋ ଏଡିଟ୍ କରିବାବେଳେ ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି -ବ୍ରେକଅପ୍ ଖବର ଆସିବା ଦିନଠାରୁ ସେମାନଙ୍କ ପ୍ରଶଂସକମାନେ ସୋଶାଲ ମିଡିଆରେ କହୁଛନ୍ତିଯେ, ସେମାନେ ଏକାଠି ଦେଖିବାକୁ ଚାହୁଁଛନ୍ତି । ତେବେ ଭାଇରାଲ ହେବାକୁ ଯାଉଥିବା ପୱନଦୀପ ଏବଂ ଅରୁଣିତାଙ୍କ ଫଟୋ ସେମାନଙ୍କ ଜଣେ ପ୍ରଶଂସକଙ୍କ ଦ୍ୱାରା ସେୟାର ହୋଇଛି । ହେଲେ ଏପର୍ୟ୍ୟନ୍ତ ସେୟାର କରାଯାଇଥିବା ଏହି ଫଟୋ ଗୁଡ଼ିକ ଉପରେ ପୱନଦୀପ ଏବଂ ଅରୁଣିତାଙ୍କଠାରୁ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରି ନାହିଁ ।
