ପାଟଣାଗଡ ରେଞ୍ଜର ଲରମ୍ଭାରେ ଶାଳ ଗଣ୍ଡି କାଠ ପଟା ଓ କରତ ଜବତ
ବଲାଙ୍ଗିର : କାଠ ଚୋରା ଚାଲାଣର ଶୃଙ୍ଖଳା ଭାଙ୍ଗିବା ପାଇଁ ପାଟନାଗଡ ରେଞ୍ଜ ର କର୍ମଚାରୀମାନେ ଆଜି ପାଟନାଗଡ ରେଞ୍ଜ ର ଲରମ୍ଭା ବିଭାଗର ରେଙ୍ଗାଲି ଗ୍ରାମ ନିକଟରେ ୫ ଟି ଶାଳ ଗଣ୍ଡି, ୪ ଟି ଶାଳ ସାଇଜ୍, ୬ ଟି ଶାଳ ପଟା ଏବଂ ୨ ଟି ହାତ କରତ ଜବତ କରିଥିଲେ । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା । ଏହି ଘଟଣାର ଅଧିକ ତଦନ୍ତ ଚାଲିଛି । ରେଞ୍ଜ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶିଙ୍କ ନେତୃତ୍ୱରେ ପ୍ରିୟବ୍ରତ ନାୟକ, ଫରେଷ୍ଟର; ଶ୍ୟାମ ସୁନ୍ଦର ସାହୁ, ଫୋରେଷ୍ଟ ଗାର୍ଡ; ଏବଂ ପାଟନାଗଡ ରେଞ୍ଜର ପାରା ସ୍କ୍ୱାଡ଼ ଏହି ଚଢ଼ାଉରେ ସାମିଲ ଥିଲେ ।
