ସ୍ପାଇସ ଜେଟ୍ ବିମାନରେ ନିଆଁ : ଜରୁରୀ ଅବତରଣ, ସମସ୍ତ ଯାତ୍ରୀ ସୁରକ୍ଷିତ
ପାଟନା : ପାଟନାରୁ ଦିଲ୍ଲୀ ଯାଉଥିଲା ସ୍ପାଇସ ଜେଟ୍ ବିମାନ । ଅଚାନକ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ପରେ ପାଟନା ବିମାବନ୍ଦରରେ କଲା ଜରୁରୀ ଅବତରଣ । ବିମାନର ଗୋଟିଏ ପଟେ ନିଆଁ ଲାଗି ଥିବାର ସୂଚନା ।
ପାଟନା : ପାଟନାରୁ ଦିଲ୍ଲୀ ଯାଉଥିଲା ସ୍ପାଇସ ଜେଟ୍ ବିମାନ । ଅଚାନକ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ପରେ ପାଟନା ବିମାବନ୍ଦରରେ କଲା ଜରୁରୀ ଅବତରଣ । ବିମାନର ଗୋଟିଏ ପଟେ ନିଆଁ ଲାଗି ଥିବାର ସୂଚନା । ଉଡ଼ାଣ ବେଳେ ବିମାନ ଇଞ୍ଜିନ୍ରେ ନିଆଁ ଲାଗିଥିବା ସୂଚନା ମିଳିଛି । ବିମାନରେ ୧୮୫ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ଏବେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ପାଟନାରୁ ଦିଲ୍ଲୀକୁ ଯାଉଥିବା ସ୍ପାଇସ ଜେଟ୍ ବିମାନ ।
ପାଟଣାର ଏସଏଏସପି ଗଣମାଧ୍ୟମକୁ କହିଛି ଯେ ବିମାନଟି ଉଡ଼ିବା ମାତ୍ରେ ଏହାର ଗୋଟିଏ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା । ଏହା ପରେ ବିମାନଟିକୁ ବିମାନବନ୍ଦରରେ ଏକ ସୁରକ୍ଷିତ ଅବତରଣ କରାଯାଇଥିଲା । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଉଛି । ବିମାନର ଇଞ୍ଜିନରେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ବିମାନ ବନ୍ଦର ବାହାରେ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି, ଯଦି ଆବଶ୍ୟକ ହୁଏ ତେବେ ତୁରନ୍ତ ଚିକିତ୍ସା କରାଯାଇପାରିବ । ବିମାନରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚାଲିଛି । ବିମାନ ବନ୍ଦରରେ ଅତିରିକ୍ତ ଅଗ୍ନିଶମ ବାହିନୀ ଗାଡି ମଧ୍ୟ ଡକାଯାଇଛି ।
#WATCH Patna-Delhi SpiceJet flight safely lands at Patna airport after catching fire mid-air, all 185 passengers safe#Bihar pic.twitter.com/vpnoXXxv3m
— ANI (@ANI) June 19, 2022
ପାଟନା ଡିଏମ ଚନ୍ଦ୍ରଶେଖର ସିଂ କହିଛନ୍ତି ଯେ ପାଟନା-ଦିଲ୍ଲୀ ବିମାନ ଉଡ଼ାଣ ଭରିବା ମାତ୍ରେ ଏହାର ବାମ ପାର୍ଶ୍ୱରେ ଥିବା ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଫୁଲୱାରି ସରିଫ ଅଞ୍ଚଳର ଲୋକମାନେ ଉଡ଼ାଜାହାଜରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ଜିଲ୍ଲା ପ୍ରଶାସନକୁ ଡାକି ସୂଚନା ଦେଇଥିଲେ । ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିମାନବନ୍ଦର ପ୍ରଶାସନକୁ ସୂଚନା ଦେଇଥିଲା । ତା’ପରେ ବିମାନଟି ପାଟନା ବିମାନ ବନ୍ଦରରେ ବିମାନକୁ ଅବତରଣ କରାଯାଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫ୍ଲାଇଙ୍ଗ ବିମାନରେ ନିଆଁ ଲାଗିବାର ଭିଡିଓ ମଧ୍ୟ ଭାଇରଲ ହେଉଛି ଯାହାକୁ ସ୍ଥାନୀୟ ଲୋକ ନିଜ କ୍ୟାମେରାରେ କଏଦ କରିଛନ୍ତି ।
