ପତିରାଜପୁର ଦୋଳ ମେଳନ, ୫୦ହଜାର ଭକ୍ତଙ୍କ ସମାଗମ
ଖଇର : ବାଲେଶ୍ୱର ଜିଲା ଖଇରା ବ୍ଲକ ପତିରାଜପୁର ଠାରେ ୩ଶହ ବର୍ଷ ଧରି ପାଳିତ ହୋଇ ଆସୁଥିବା ପତିରାଜପୁର ଦୋଳ ମେଳନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ୧୮ତାରିଖ ପୁର୍ଣ୍ଣମୀ ରାତିରୁ ଆରମ୍ଭ ହୋଇଛି । ୨ବର୍ଷର କଟକଣା ପରେ ଏଥର ମେଳା ବସିଥିବାରୁ ୫୦ହଜାର ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା । ପୂର୍ଣ୍ଣମୀ ରାତିରେ ଦୋଳ ବିମାନ ମଣ୍ଡପ ପରିସରକୁ ଆଗମନ ଆରମ୍ଭ କରିଥିଲେ । ଖୋଳ କରତାଳ ଭଜନ କୀର୍ତ୍ତନ ର ଧ୍ୱନୀ ଭିତରେ ପୂର୍ବ,ପଶ୍ଚିମ,ଉତ୍ତର ଓ ଦକ୍ଷିଣ ଦ୍ୱାରା ଦେଇ ସୁସଜ୍ଜିତ ରାଧାକୃଷ୍ଣ ବିମାନ ଗୁଡିକ ଚାରରେ ବିରାଜମାନ ହୋଇ ଥିଲେ । ଡିଜେ ମାଇକ ଇତ୍ୟାଦି ଶବ୍ଧ ପ୍ରଦୁଷଣକାରୀ ଯନ୍ତ୍ର ଉପରେ କଟକଣା ଥିବାରୁ ଭକ୍ତ ମାନେ ସୁରୁଖୁରରେ ମଣ୍ଡପ ଭିତରେ ପ୍ରବେଶ କରି ସେମାନଙ୍କର ଆରାଧ୍ୟ ଦିଅଁ ଦେବତାଙ୍କୁ ଦର୍ଶନ କରିଥିଲେ । ଚଳିତ ବର୍ଷ ବହୁ ଅଞ୍ଚଳରୁ ଆସିଥିବା ବିମାନ ସହ ପାରମ୍କରିକ ବାଦ୍ୟ,ନୃତ୍ୟ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା ।
ପ୍ରଫୁଲ୍ଲ କୁମାର ପାଳକ,ରାଧାକାନ୍ତ ମିଶ୍ର,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ବାଳକୃଷ୍ଣ ଦାଶ,ଶରତ କୁମାର ପଣ୍ଡା,ପର୍ଶୁରାମ ମହାପାତ୍ରଙ୍କ ଦ୍ୱାରା ଠାକୁରଙ୍କ ନିତି ସମ୍ପର୍ଣ୍ଣ ହୋଇଥିଲା । ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରା, ଆଇଆଇସି ଗଣେଶ୍ୱର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା । ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଅସ୍ଥାୟୀ ଚିକିତ୍ସାଶିବିର,ବ୍ଲକ ପ୍ରଶାସନ ତରଫରୁ ପାନିୟଜଳ ବ୍ୟବସ୍ଥା,ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ଗ୍ରହଣ କରିଥିଲେ । ଘଟଣାକ୍ରମେ ମେଳାକୁ ପଶ୍ଚିମ ଦ୍ୱାର ଦେଇ ଦିଅଁମାନେ ପ୍ରୋସେସନରେ ଆସୁଥିବା ବେଳେ ଅଗ୍ରପୁଜ୍ୟ ଗୋବିନ୍ଦ ଜୀଉଙ୍କ ପୁଜାରୀ ଙ୍କୁ ଅନ୍ୟଏକ ଦୋଳ ବିମାନ ସହ ଆସୁଥିବା ସମ୍ପ୍ରଦାୟ ମାଡମାରିବା ନେଇ ବିବାଦ ସୃଷ୍ଟି ହେବା ଯୋଗୁଁ ଗୋବିନ୍ଦ ଜିଉ ଅଟକି ରହିଥିଲେ । ପରେ କମିଟି ଓ ପୋଲିସର ମିଳିତ ହସ୍ତକ୍ଷେପ ପରେ ଘଟଣାର ସମାଧାନ ହୋଇଥିଲା । ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ନିଜ ସମର୍ଥକଙ୍କ ସହ ଦିଅଁ ଦର୍ଶନ କରି ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ମେଳା କମିଟିର ସଭାପତି ପିତାମ୍ବର ପଟ୍ଟନାୟକ,ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ରାଉତ,ସମ୍ପାଦକ ଗୌରାଙ୍ଗ ପାଣି,ରମେଶ ଚନ୍ଦ୍ର ଘଡେଇ,ଭୀଷ୍ମ ଚରଣ ନାୟକ,କ୍ଷେତ୍ର ମୋହନ ଖଟୁଆ,ନାରାୟଣ ପାତ୍ର,ପ୍ରଦୀପ ସାମଲ ଙ୍କ ସମେତ ସମସ୍ତ ସଦସ୍ୟ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିଲେ । ଫଟୋ-ଖଇରା୧-ଭକ୍ତମାନେ ଦିଅଁଙ୍କୁ ଦର୍ଶନ କରୁଛନ୍ତି ।
