ନୀଳମଣି ମହାବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ
ରୂପସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ନୀଳମଣି ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ପ୍ରାଧ୍ୟାପକ ଡ. ତପନ କୁମାର ବେହେରା ଅଧ୍ୟକ୍ଷତା କରି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନିର୍ମାଣ ଦିଗରେ ଗୁରୁତ୍ୱାରୋପ କରିଥିଲେ ।
ଅଧ୍ୟାପକ ଗୌରାଙ୍ଗ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପକ ସତ୍ୟେନ୍ଦ୍ର କୁମାର ପାଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଅଧ୍ୟାପିକା ପିନାକ୍ଷୀ ପଣ୍ଡା, ଅଧ୍ୟାପକ ବିଜୟ କୁମାର ବେହେରା ଓ ଡ. ତପନ କୁମାର ଦାସ ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟସ୍ତରରେ ଅଭିଭାବକ ଓ ଶିକ୍ଷକ ସଙ୍ଗଠନର ଉପାଦେୟତା ଓ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଅଭିଭାବକମାନେ ସେମାନଙ୍କ ଝିଅପୁଅଙ୍କର ଉତ୍ତମ ଚରିତ୍ର ଗଠନ ଓ ଅଧ୍ୟୟନ ଦିଗରେ ଅଧିକ ଯତ୍ନବାନ ହେବା ଉଚିତ୍ ବୋଲି ଏହି କର୍ମଶାଳାରେ ଆହ୍ୱାନ ଦିଆଯାଇଥିଲା । ଅଧ୍ୟାପକ ଶମ୍ଭୁନାଥ ଗିରି, ଡ. ଆରୁଣୀ ମିଶ୍ର, ଶ୍ରବଣ ନାୟକ ଓ ପ୍ରଶାନ୍ତ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଭିଭାବକ ହରେନ୍ଦ୍ର ନାଥ ରଣା, ଡାକ୍ତର ମହାପାତ୍ର, ମୃତ୍ୟୁଞ୍ଜୟ ପରିଡ଼ା, ରଶ୍ମିତା ପ୍ରାମାଣିକ, ନିର୍ମଳା ସିଂହ, ଶରତ ଲେଙ୍କା, ପ୍ରଭାତ ରଞ୍ଜନ ପ୍ରଧାନ, ସୁଜାତା ଗିରି, ଚକ୍ରଧର ଆଚାର୍ଯ୍ୟ ଓ ଅନ୍ତର୍ଯ୍ୟାମୀ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅଧ୍ୟାପିକା ଇତିଶ୍ରୀ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
