ବାଲେଶ୍ୱର ଟାଉନ ହାଇସ୍କୁଲରେ ଛାତ୍ରାଭିଭାବକ ବୈଠକ
ବାଲେଶ୍ୱର : ବାଲେଶ୍ୱର ଟାଉନ ହାଇସ୍କୁଲରେ ଛାତ୍ରାଭିଭାବକ ବୈଠକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁମତି ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟୁନ ୨୦୦ ଛାତ୍ରାଭିଭାବକ ଉପସ୍ଥିତ ରହିଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନାର ଫାଇଦା ପ୍ରତ୍ୟେକ ଛାତ୍ର -ଛାତ୍ରୀ ନେବା ଦରକାର ବୋଲି ଅଭିଭାବକଙ୍କୁ ଶ୍ରୀମତୀ ରାଉତ ପରାମର୍ଶ ଦେଇଥିଲେ।ଶିକ୍ଷକ ଅକ୍ଷୟ କୁମାର ପାତ୍ର ନିଜର ସ୍ବାଗତ ଭାଷଣରେ ଆମ୍ଭ ପିଲାମାନେ ନୂତନ ଶିକ୍ଷାବର୍ଷ ୨୦୨୩-୨୪ରେ ଖେଳ,ବିଜ୍ଞାନ,ଯୋଗା ଏବଂ ବିଭିନ୍ନ ଶୈକ୍ଷିକ ପ୍ରତିଯୋଗିତାରେ ଭାଗ ନେଇ ପୂର୍ବ ବର୍ଷ ପରି ବିଦ୍ୟାଳୟର ସୁନାମ ବଢାଇବା ପାଇଁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ।
ବୈଠକରେ ଅବସର ନେଇଥିବା ଶିକ୍ଷକ ଦାମୋଦର ପଣ୍ଡା ଅଫିସ ସହକାରୀ ରାଜେନ୍ଦ୍ର କୁମାର ଦେ ଶିକ୍ଷୟିତ୍ରୀ ମଧୁସ୍ମିତା ବାରିକ ଏବଂ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ଶ୍ରେଣୀ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ବାର୍ଷିକ ପରୀକ୍ଷାଫଳ ସମ୍ବନ୍ଧୀୟ ଆଲୋଚନାରେ ଭାଗ ନେଇଥିଲେ। ପରେ ନୂତନ ଶିକ୍ଷାବର୍ଷ ୨୦୨୪ ପାଇଁ ପିଲାମାନଙ୍କୁ ପାଠ୍ଯ ପୁସ୍ତକ ବଣ୍ଟନ କରାଯାଇଥିଲା। ସରକାରଙ୍କ ଦ୍ଵାରା ପ୍ରଦତ୍ତ ଗୁଣାତ୍ମକ ଶିକ୍ଷା ପିଲାମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ସମସ୍ତେ ଅନୁଭବ କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ଭାରତୀ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ।
