ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ! ବିଚାର ବିମର୍ଷ ଜାରି
୩ ଦିନ ମଧ୍ୟରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା
ଭୁବନେଶ୍ୱର : ଖୁବଶୀଘ୍ର ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ । ଚଳିତ ବର୍ଷ ଶେଷ ସପ୍ତାହରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । ଏନେଇ ପ୍ରକ୍ରିୟା ଜୋରଦାର ଆରମ୍ଭ ହୋଇଛି । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୨ ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତ ହୋଇଛି ରଣନୀତି । ଏନେଇ ଯୋଜନା କରିଛନ୍ତି ନିର୍ବାଚନ ଆୟୋଗ ।
ଫେବ୍ରୁଆରୀ ପ୍ରଥମ ସପ୍ତାହରେ ହୋଇପାରେ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ନେଇ ଚାଲିଛି ବିଚାର ବିମର୍ଷ । ଖୁବଶୀଘ୍ର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବ । ଡିସେମ୍ବର ଶେଷ ସପ୍ତାହରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । ସେହିପରି ଆସନ୍ତା ୩ ଦିନ ମଧ୍ୟରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା ।
