ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ନିର୍ବାଚନୀ ମଇଦାନକୁ ଓହ୍ଲାଇ ଚର୍ଚ୍ଚାରେ ଯୁବ ସାମ୍ବାଦିକ
ନୀଳଗିରି : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ମୈଦାନରେ ଜଣେ ଯୁବ ସାମ୍ବାଦିକ ଚର୍ଚ୍ଚାରେ । ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନ ମଣ୍ଡଳୀର ସିଆଡିମାଳ ପଞ୍ଚାୟତ ନିର୍ବାଚନୀ ମୈଦାନରେ ଜଣେ ଯୁବ ସାମ୍ବାଦିକ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଛାତ୍ର ଜୀବନରୁ ସେ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି। ପଞ୍ଚାୟତର ସମୂହ ଜନସାଧାରଣଙ୍କ ସମର୍ଥନ ଓ ବିଜେଡିର ସମର୍ଥିତ ସମିତିସଭ୍ୟ ପ୍ରାର୍ଥ ଭାବେ ରଣାଙ୍ଗନରେ ଉତୀର୍ଣ୍ଣ ହୋଇଛନ୍ତି ।
ଚଳିତ ପଞ୍ଚାୟତ ନିର୍ବାଚନରେ ବହୁ ଶିକ୍ଷିତ ପ୍ରତିଦ୍ବନ୍ଦିତା କରୁଥିବାବେଳେ ନୀଳଗିରି ରାଜନୈତିକ ମୈଦାନକୁ ସଭ୍ୟ ପଦରେ ‘ସକାଳ’ର ସାମ୍ବାଦିକ ବିଜୟ କୁମାର ଲେଙ୍କା ଜଣେ ନିର୍ଭିକ ସାମ୍ବାଦିକ ଭାବେ ପରିଚିତ ହୋଇଥିବା ବେଳେ ଏ ନିର୍ବାଚନ ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ । ଅନ୍ୟପକ୍ଷରେ ଶ୍ରୀ ଲେଙ୍କାଙ୍କ ମତରେ ଗୁରୁଜନମାନଙ୍କୁ ସ୍ନେହ ଓ ଲଘୁଜନମାନଙ୍କୁ ସମ୍ମାନ ଓ ମାତୃଶକ୍ତିକୁ ସଶକ୍ତ କରିବା, ଯୁବଶକ୍ତିକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଆମର ଅଞ୍ଚଳକୁ ସମୃଦ୍ଧ କରିବା ଏବଂ ଶିକ୍ଷା, ବିକାଶ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବା, କ୍ରୀଡ଼ାର ଭିତିଭୂମି ପ୍ରତିଷ୍ଠା କରିବା ନିଜର ପ୍ରାଥମିକ ଲକ୍ଷ୍ୟ ଥିବାର ସୂଚନା ଦେଇଛନ୍ତି ।
