ପଞ୍ଚାୟତ ନିର୍ଵାଚନ ଫଳାଫଳ ! ବିଜେଡ଼ି ୨୦୦, ବିଜେପି ୩୦, କଂଗ୍ରେସ ୧୫ରେ ଆଗୁଆ
ଭୁବନେଶ୍ୱର : ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି । ସକାଳ ୮ରୁ ପ୍ରଥମ ପର୍ଯ୍ୟାୟ ଗଣତି ଆରମ୍ଭ ହୋଇଥିବାବେଳେ ପ୍ରାରମ୍ଭିକ ରାଉଣ୍ଡରେ ବିଜେଡି ଆଗରେ ରହିଛି । ଏଯାବତ ଯେତିକି ଆସନର ପ୍ରାରମ୍ଭିକ ଟ୍ରେଣ୍ଡ ଆସିଛି ସେଥିରେ ବିଜୁ ଜନତା ଦଳ ଏକପାଖିଆ ଭାବେ ଆଗୁଆ ରହିଛି । ଏଯାବତ ବିଜେଡି ୨୦୦ ଆସନରେ ଆଗୁଆ ଥିବାବେଳେ ବିଜେପି ୩୦ ଓ କଂଗ୍ରେସ ୧୫ ଆସନରେ ଆଗୁଆ ରହିଛି । ଗତ ପଂଚାୟତ ନିର୍ବାଚନ ତୁଳନାରେ ବିଜେପି ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ।
ବହୁ ପ୍ରତୀକ୍ଷିତ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଫଳ ଆଜି ପ୍ରକାଶ ପାଇଛି । ଜିଲା ପରିଷଦ ଜୋନ ୱାରୀ ଭୋଟ ଗଣତି ଜାରି ରହିଛି । ପ୍ରଥମେ ୱାର୍ଡମେମ୍ବର, ପରେ ସରଂପଚ, ସମିତିସଭ୍ୟ ଓ ଜିଲା ପରିଷଦ ଭୋଟ ଗଣତି କରାଯାଉଛି । ଆଜି ୩୫୧ ଜିଲା ପରିଷଦ ଜୋନ ପାଇଁ ଗଣତି ହେବାର ଥିବାବେଳେ ଆସନ୍ତାକାଲି ୩୦୭ ଜୋନରେ ଗଣତି କରାଯିବ । ଅପରପକ୍ଷରେ ୨୮ରେ ୨୨୯ ଜିଲା ପରିଷଦ ଜୋନରେ ଗଣତି ହେବବୋଲି ଜଣାପଡ଼ିଛି ।
ସୂଚନା ଯେ, ପ୍ରଥମ ଦିନରେ ୩୧୫ଟି ଜିଲା ପରିଷଦ ଜୋନ୍ରେ ଗଣତି ଚାଲିଛି। ରାଜ୍ୟର ସମସ୍ତ ୩୧୪ ବ୍ଲକରେ ହୋଇଛି ଗଣତି ବ୍ୟବସ୍ଥା। ପ୍ରତି ପଞ୍ଚାୟତ ପାଇଁ ଗଣତି ସକାଶେ ଗୋଟିଏ ଟେବୁଲ ବ୍ୟବସ୍ଥା ହୋଇଛି। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଓ ୨ ଜଣ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ ଦାୟିତ୍ୱରେ ଅଛନ୍ତି। ପ୍ରଥମ ଦିନରେ ୩୧୫ଟି ଜିଲା ପରିଷଦ ଜୋନ୍ରେ ଭୋଟ ଗଣତି ହେଉଛି। ଆସନ୍ତାକାଲି ୩୦୭ ଓ ପରଦିନ ୨୨୯ ଜିଲା ପରିଷଦ ଜୋନ୍ରେ ଗଣତି ହେବ। ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଗଣତି ହେବ। ୩ ଦିନ ଯାଏ ଏହି ଗଣତି ଚାଲିବ। ତିନିଦିନରେ ୧ ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ।
