ମାଉସୀମା ପୀଠରେ ପଞ୍ଛକ ମହୋତ୍ସବ ଉଦ୍ଘାଟିତ
ପୁରୀ : ଧର୍ମମାସ କାର୍ତିକ । କାର୍ତିକ ମାସର ଶେଷ ପାଞ୍ଛ ଦିନ ପଞ୍ଛକ ବ୍ରତ ପାଳନ ବିଧି ରହିଛି । ଅନାଦି କାଳରୁ ଶ୍ରୀକ୍ଷେତ୍ରରେ କାର୍ତିକ ବ୍ରତ ପାଳନର ମାହାତ୍ସ୍ୟ ରହିଛି । ଧର୍ମମାସର ଏହି ପରମ୍ପରାକୁ ଉଦ୍ଜ୍ଜୀବିତ କରିବା ପାଇଁ ଆରମ୍ଭ ହୋଇଛି ପଞ୍ଛକ ମହୋତ୍ସବ । ଏହି ଅବସରରେ ବଡ଼ଦାଣ୍ଡ ବଳଗଣ୍ଡି ସ୍ଥିତ ମାଉସୀମା ମନ୍ଦିର ସମ୍ମୁଖରେ ପବ୍ଲିକ ଫୋରମ ପକ୍ଷରୁ ୭ମ ପଞ୍ଛକ ମହୋତ୍ସବ ଉଦଘାଟିତ ହୋଇଛି । ମୁଖ୍ୟ ଅତିଥି ସାଂସଦ ସୁଲତା ଦେଓ ,ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ.ବିଜେଡ଼ି ଯୁବରାଜ୍ୟ ଉପସଭାପତି ଶୁଭାଶିଷ ଖୁଂଟିଆ କାର୍ଯ୍ୟକ୍ରମ ଉଦଘାଟନ କରି କହିଲେ ଧର୍ମମାସ କାର୍ତିକରେ ଏଭଳି କାର୍ଯ୍ୟକ୍ରମ ଦ୍ୱାର ଆଧ୍ୟତ୍ମିକ ପରିବେଷ ସୃଷ୍ଟି ହେବ । ସମ୍ମାନିତ ଅତିଥିଭାବେ ସମାଜସେବୀ ଚକ୍ରଧର ମାହାପାତ୍ର ବ୍ୟଙ୍ଗକବି ବଦ୍ରି ମିଶ୍ର ମହୋତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷ ଜଗନ୍ନାଥ ଦାସ ମହାପାତ୍ର ଉପଦେଷ୍ଟା ତଥା ପୁରୀ ଓକିଲ ସଂଘର ପୂର୍ବତନ ସଭାପତି ଭଗବାନ ମିଶ୍ର ଯୋଗ ଦେଇଥିଲେ । ପବ୍ଲିକ ଫୋରମର ସଭାପତି ଆର୍ତତ୍ରାଣ ତ୍ରିପାଠୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ମହୋତ୍ସବ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୀମସେନ ପ୍ରଧାନ, ସାଧାରଣ ସମ୍ପାଦକ ବିଶ୍ୱନାଥ ମିଶ୍ର,ସଂଯୋଜକ ତଥା ସାମ୍ବାଦିକ ସତ୍ୟ ଦାଶ, ସଂଗଠନ ସମ୍ପାଦକ ଜ୍ୟୋତିପ୍ରକାଶ ଜେନା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରାଧାମୋହନ ସଂକୀର୍ତନ ଦଳ ପକ୍ଷରୁ ସଂକୀର୍ତନ ପରିବେଷଣ କରାଯାଇଥିଲା I ପ୍ରବକ୍ତା ପଣ୍ଡିତ ଲଳିତ ମୋହନ ମହାପାତ୍ର ହରିକଥା ପ୍ରବଚନ ଶ୍ରୋତାମାନଙ୍କୁ ଶୁଣାଇଥିଲେ । ପ୍ରାରମ୍ଭରୁ ଅନୁଷ୍ଠାନର ଉପଦେଷ୍ଟା ରାଧେ ରାଧେ ଶ୍ରୀରାଧେ କହି ମଞ୍ଛରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଶେଷରେ ଲିଙ୍ଗରାଜ କଳାନିକେତନ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା । ରଘୁନାଥ ମହାନ୍ତି, ବିପିନ ବିହାରୀ ପଟ୍ଟନାୟକ,ବିଜୟକୃଷ୍ଣ ଦାସ, ବୁଦ୍ଧନାଥ ଷଣ୍ଢ,ସୂର୍ଯ୍ୟନାରାୟଣ ଦାଶ,ପ୍ରଦୀପ୍ତ ଦାସ,ସର୍ବେଶ୍ୱର ଭଟ୍ଟ ପ୍ରମୁଖ କାର୍ଯ୍ରକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ କାର୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
