ଟି-୨୦ ବିଶ୍ଵକପ୍ ପାଇଁ ପାକିସ୍ତାନ ଖେଳାଳିଙ୍କ ୟୁଏଇ ଗସ୍ତ
ନୂଆଦିଲ୍ଲୀ : ଟି-୨୦ ବିଶ୍ଵକପ୍ ଆରମ୍ଭ ହେବାକୁ ମାତ୍ର ଆଉ କେଇ ସମୟ ବାକି ରହିଛି। ଆଇପିଏଲ ପରେ ଆରମ୍ଭ ହୋଇଯିବ ଟି-୨୦ ମହାସମର। ହେଲେ ସଭିଙ୍କ ନଜର ଅକ୍ଟୋବର ୨୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ରହିଛି। ଦୁଇ ଦେଶ ମଧ୍ୟରେ ମୁକାବିଲା କୌଣସି ଟ୍ରଫିର ଫାଇନାଲ୍ ମ୍ୟାଚ୍ଠୁ କମ୍ ନୁହେଁ। ଏ ନେଇ ପାକିସ୍ତାନ କ୍ରିକେଟ୍ ଦଳ ଶୁକ୍ରବାର ୟୁଏଇ ଯାତ୍ରା କରିଛି। ହେଲେ ଏହି ସମୟରେ ପାକିସ୍ତାନ କ୍ରିକେଟ୍ ପ୍ରଶଂସକ ନିଜ ଦଳକୁ ଭାରତ ବିପକ୍ଷ ମ୍ୟାଚ୍ ମନେ ପକାଇ ଦେଇଛନ୍ତି। ପ୍ରଶଂସକ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଭାରତ ବିପକ୍ଷ ମ୍ୟାଚ୍ ଜିତିକି ହିଁ ଆସିବ। ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମନ ଟ୍ଵିଟରରେ ଟିମ୍ ସହ ଏକ ଫଟୋ ପୋଷ୍ଟ କରିଛନ୍ତି। ବାବର ଲେଖିଛନ୍ତି, ଆମେ ୟୁଏଇ ଯାଉଛୁ। ଆପଣଙ୍କ ସମର୍ଥନ ଆମ ପାଇଁ ସବୁଠୁ ଖାସ୍। ନିଜ ଦଳର ସମର୍ଥନ କରନ୍ତୁ, ଆମକୁ ସମର୍ଥନ କରନ୍ତୁ, ପ୍ରାର୍ଥନା କରନ୍ତୁ ଏବଂ ବିଶ୍ଵାସ ରଖନ୍ତୁ।
Off to UAE. Your support means more than anything. Stand by your team. Keep supporting. Keep praying. Keep believing. #PakistanZindabad ?? pic.twitter.com/Venlgoz2EV
— Babar Azam (@babarazam258) October 15, 2021
ସୂଚନା ଯେ, ବାବର ଆଜମଙ୍କ ଏହା ପ୍ରଥମ ଟି-୨୦ ବିଶ୍ଵ କପ୍ ଏବଂ ଦଳର ନେତୃତ୍ଵଭାର ତାଙ୍କ ଉପରେ ରହିଛି। ବାବର ଆଜମ ଟ୍ଵିଟ୍ ତଳେ ପାକିସ୍ତାନବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହେଲେ ନିଜ ଦେଶର ପ୍ରଶଂସକ ପାକିସ୍ତାନ କ୍ରିକେଟ୍ ଦଳକୁ ଉପଦେଶ ଦେଇଛନ୍ତି। ଜଣେ ୟୁଜର ଟ୍ଵିଟ୍ କରିଛନ୍ତି ଯେ, ଅକ୍ଟୋବର ୨୪ ତାରିଖ ମ୍ୟାଚ୍ ଜିତିକି ଆସିବେ, ନଚେତ୍ ଘରକୁ ଆସିବାକୁ ଆମେ ଦେବୁନି। ଆଉ କିଛି ୟୁଜର୍ସ ଲେଖିଛନ୍ତି, ଆମେ ବାବର ଆଜମଙ୍କ ନେତୃତ୍ଵ ଉପରେ ବିଶ୍ଵାସ ରହିଛି। ଆପଣ ଯାଆନ୍ତୁ ଏବଂ ଭଲ ଖେଳନ୍ତୁ। ହେଲେ କମେଣ୍ଟରେ ଭାରତୀୟ ସମର୍ଥକ ଲେଖିବା ଆରମ୍ଭ କରି ଦେଇଛନ୍ତି ଯେ, ଭାରତ ହିଁ ଜିତିବ, କାରଣ ଆମ ପାଖରେ ଧୋନୀ ଏବଂ ବିରାଟ କୋହଲି ଅଛନ୍ତି। ଆଉ କିଛି ଟ୍ଵିଟର ବ୍ୟବହାରକାରୀ ଏହି ଟ୍ଵିଟ୍ର ଜବାବରେ ମୌକା-ମୌକାର ବିଜ୍ଞାପନ ଟ୍ଵିଟ୍ କରିଛନ୍ତି ଏବଂ ପାକିସ୍ତାନକୁ ତାର ବିଶ୍ଵ କପ୍ରେ ଭାରତ ବିପକ୍ଷ ରେକର୍ଡକୁ ମନେ ପକାଇ ଦେଇଛନ୍ତି। ସୂଚନା ଯେ, ପାକିସ୍ତାନ କୌଣସି ବି ବିଶ୍ଵ କପ୍ରେ ଭାରତଠୁ ଜିତି ନାହିଁ। ସେ ଦିନିକିଆ ବିଶ୍ଵ କପ୍ ହେଉ କି ଟି-୨୦ ବିଶ୍ଵ କପ୍।
