ଏଫ୍ଏଟିଏଫ୍ର ଗ୍ରେ ଲିଷ୍ଟରୁ ହଟିଲା ପାକିସ୍ତାନ
ଇସଲାମାବାଦ: ଏଫ୍ଏଟିଏଫ୍ର ଗ୍ରେ ଲିଷ୍ଟରୁ ହଟିଲା ପାକିସ୍ତାନ। ଏନେଇ ଏଫ୍ଏଟିଏଫ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଆର୍ଥିକ ହେର୍ଫେର୍ରେ ମାମଲାରେ ସୁଧାର, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ ଓ ଆତଙ୍କ ନିରୋଧୀ କ୍ଷେତ୍ରରେ ପାକିସ୍ତାନର ଉନ୍ନତିମୂଳକ କାମ ଏଫ୍ଏଟିଏଫ୍ ସ୍ୱାଗତ କରିଛି। ପାକିସ୍ତାନ ଏ ଦିଗରେ ଲଢ଼େଇ ଜାରି ରଖିଛି ବୋଲି ଏଫ୍ଏଟିଏଫ୍ କହିଛି।
ସୂଚନା ଯେ, ପାକିସ୍ତାନ ଉପରେ ଆର୍ଥିକ ହେର୍ଫେର୍ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗ ହୋଇଥିଲା। ଏହାପରେ ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ ୨୦୧୮ରେ ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିଥିଲା। ଆଜି ୪ ବର୍ଷ ପରେ ପାକିସ୍ତାନକୁ ଏଥିରୁ ନିସ୍ତାର ମିଳିଛି। ଗ୍ରେ ଲିଷ୍ଟରେ ରହିବା ପରେ ପାକିସ୍ତାନ ପାଇଁ ବଡ଼ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥିଲା। ଏହି ଲିଷ୍ଟରେ ଥିବା କାରଣରୁ ପାକିସ୍ତାନ ନା ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷରୁ ନା ବିଶ୍ୱ ବ୍ୟାଙ୍କରୁ ଋଣ ନେଇପାରୁ ନଥିଲା। କେବଳ ସେତିକି ନୁହେଁ, ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ଓ ୟୁରୋପୀୟନ ୟୁନିୟନରୁ ଆର୍ଥିକ ସାହାଯ୍ୟ ନେବାର ସମସ୍ୟା ସୃଷ୍ଟି ହେଉଥିଲା। ବର୍ତ୍ତମନ ପାକିସ୍ତାନର ସ୍ଥିତି ଭୟଙ୍କର ଥିବା ବେଳେ ଗ୍ରେ ଲିଷ୍ଟରୁ ହଟିବା ଆର୍ଥିକ ସହଯୋଗ କରିପାରେ।
