୨୦୨୪ ନିର୍ବାଚନ ଉପରେ ପ୍ରଭାବ ପକାଇବ ପଦ୍ମପୁର ବିଜୟ : ଦେବୀ ମିଶ୍ର
ଭୁବନେଶ୍ୱର : ପଦ୍ମପୁର ବିଜୟ ୨୦୨୪ ନିର୍ବାଚନ ଉପରେ ପ୍ରଭାବ ପକାଇବ । ଏବେ ବି ନବୀନଙ୍କ ଭାବମୂର୍ତି ବଳବତର ରହିଛି । ନବୀନଙ୍କ ଯୋଗୁଁ ଭୋଟ ପ୍ରତିଶତ ବଢୁଛି । ଲୋକଙ୍କ ଉପରେ ନବୀନଙ୍କ ପ୍ରଭାବ ରହିଛି । ସବୁ ନିର୍ବାଚନ ସମୟରେ ସ୍ଥାନୀୟ ନେତାଙ୍କୁ ଦଳ ଗୁରୁତ୍ୱ ଦେଉଛି ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର । ସେହିପରି ବର୍ଷା ସିଂ ବରିହାଙ୍କ ପ୍ରତି ବିଜେପି ନେତାଙ୍କ ଆକ୍ଷେପ ଗ୍ରହଣୀୟ ନୁହେଁ । ମୁଖ୍ୟମନ୍ତ୍ରୀ ଏଭଳି ଆକ୍ଷେପକୁ ନିନ୍ଦା କରିଥିବା ବେଳେ ଏହା ଏହା ସାମାଜିକ ଚଳନି ଓ ସଂସ୍କୃତିର ପରିପନ୍ଥୀ । ବିଜେଡି ଲୋକଙ୍କ ବିଶ୍ୱାସ ଭାଜନ ଥିବା ଦଳ । ପ୍ରଥମ ପସନ୍ଦ ଦଳ । ବିଜେଡି ଅର୍ଥବଳରେ ନିର୍ବାଚନ ଲଢ଼ୁଛି ଅଭିଯୋଗ ଉପରେ ଦେବୀ ମିଶ୍ର କହିଛନ୍ତି ଗୁଜୁରାଟ କିପରି ଲଢ଼ୁଥିଲା ବିଜେପି । କେତେ ଟଙ୍କା ଖର୍ଚ୍ଚ କରିଛି ବୋଲି ପ୍ରଶ୍ନ କରିଛନ୍ତି ଦେବୀ ମିଶ୍ର । କଂଗ୍ରେସ ଭୋଟ ବିଜେଡି ଆଡ଼କୁ ଗଲା ବୋଲି ପ୍ରଶ୍ନରେ କହିଛନ୍ତି, ଏହା ବିରୋଧୀଙ୍କର ଅବାନ୍ତର ଯୁକ୍ତି ।
