ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ୪ ଜଣଙ୍କୁ ପଦ୍ମଶ୍ରୀ
ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ସମ୍ମାନ ଘୋଷଣା କରାଯାଇଛି । ଚଳିତ ବର୍ଷ ପାଇଁ ୧୦୬ ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି। ଏହି ତାଲିକାରେ ୬ ପଦ୍ମ ବିଭୂଷଣ, ୯ ପଦ୍ମ ଭୂଷଣ ଏବଂ ୯୧ ପଦ୍ମଶ୍ରୀ ପୁରସ୍କାର ରହିଛି। ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୧୯ ଜଣ ମହିଳା ଏବଂ ଏହି ତାଲିକାରେ ବିଦେଶୀ, ପ୍ରବାସୀ ଭାରତୀୟ ଏବଂ ୭ ଜଣ ମରୋଣତ୍ତର ବ୍ୟକ୍ତି ମଧ୍ୟ ସାମିଲ ଅଛନ୍ତି।
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ମିଳିବ । କଳାକ୍ଷେତ୍ରରେ ମାଗୁଣି ଚରଣ କୁଅଁର, ଶିକ୍ଷା ଓ ସାହିତ୍ୟ ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, କଳା ପାଇଁ କ୍ରିଷ୍ଣା ପଟେଲ ଓ କୃଷି ପାଇଁ ପତାୟତ ସାହୁଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ।
