ପରଲୋକରେ ବିଶିଷ୍ଟ କାର୍ଟୁନିଷ୍ଟ ପଦ୍ମଶ୍ରୀ ନାରାୟଣ ଦେବନାଥ
କୋଲ୍କାତା : ବିଶିଷ୍ଟ କାର୍ଟୁନିଷ୍ଟ ପଦ୍ମଶ୍ରୀ ନାରାୟଣ ଦେବନାଥଙ୍କ ୯୭ ବର୍ଷ ବୟସରେ କୋଲ୍କାତାରେ ପରଲୋକ । ସେ କିଛି ଦିନ ଧରି ମେଡିକାଲରେ ଚିକିତ୍ସାଧୀନ ରହିଥିଲେ । ଆଜି(ମଙ୍ଗଳବାର) ଦିନ ୧୦ଟା ୧୫ ମିନିଟ୍ ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ୫୩ ବର୍ଷ ଧରି ପ୍ରକାଶ ପାଉଥିଲା ତାଙ୍କ ସୁପ୍ରସିଦ୍ଧ କାର୍ଟୁନ ‘ହଣ୍ଡା-ଭୋଣ୍ଡା’ । ରବୀନ୍ଦ୍ର ନାଥ ଟାଗୋରଙ୍କ ଉପରେ ପ୍ରକାଶ କରୁଥିଲେ କାର୍ଟୁନ ‘ରବି-ଛବି’ ।
ନାରାୟଣ ଦେବନାଥ ୧୯୨୫ ମସିହାରେ ହାୱଡାର ଶିବପୁରରେ ଜନ୍ମଗ୍ରହଣ କରିଥିଲେ । ୨୦୨୧ରେ ସେ ଦେଶର ସର୍ବୋଚ୍ଚ ବେସମାରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ । ୫୩ ବର୍ଷ ଧରି ତାଙ୍କର ସୁପ୍ରସିଦ୍ଧ କାର୍ଟୁନ ହଣ୍ଡା-ଭୋଣ୍ଡା ପ୍ରକାଶ ପାଉଥିଲା । ସେ ରବିନ୍ଦ୍ରନାଥ ଟାଗୋରଙ୍କ ଉପରେ ରବି-ଛବି କାର୍ଟୁନ ପ୍ରକାଶିତ କରୁଥିଲେ । ସୂଚନାଥାଉ କି, ଦେବନାଥଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଗତ ଡିସେମ୍ବର ୨୪ ତାରିଖ ଦିନ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା ।
