ପଞ୍ଜାବର ୨୨ କୃଷକ ସଂଗଠନ ମଧ୍ୟରୁ ନିର୍ବାଚନ ଲଢ଼ିବେ
ନୂଆଦିଲ୍ଲୀ : ପଞ୍ଜାବର ୩୨ କୃଷକ ସଂଗଠନ ମଧ୍ୟରୁ ୨୨ ସଂଗଠନ ନିର୍ବାଚନ ଲଢ଼ିବାକୁ ନେଇ ଘୋଷଣା କରିଛନ୍ତି। ୨୨ ସଂଗଠନ ଏକତ୍ରିତ ହୋଇ ପଞ୍ଜାବରେ ସଂଯୁକ୍ତ ସମାଜ ମୋର୍ଚ୍ଚା ନାଁରେ ଏକ ପାର୍ଟି ଗଠନ କରିଛନ୍ତି। କୃଷକଙ୍କ ଏହି ପାର୍ଟି ପଞ୍ଜାବର ସମସ୍ତ ୧୧୭ ସିଟ ଉପରେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବେ। କୃଷକଙ୍କ ଏହି ପାର୍ଟି ପଞ୍ଜାବର ସମସ୍ତ ୧୧୭ ସିଟରେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବ। କୃଷକଙ୍କ ଏହି ମୋର୍ଚ୍ଚାର ମୁଖିଆ ବଲବୀର ସିଂହ ରାଜେବାଲ ହେବେ।
ସାମ୍ବାଦିକ ସମ୍ମିଳନୀରେ ବଲବୀର ସିଂହ ରାଜେବାଲ କହିଛନ୍ତି ଯେ, ସଂଯୁକ୍ତ ସମାଜ ମୋର୍ଚ୍ଚା ଭିନ୍ନ ଭିନ୍ନ ବିଚାରଧାରାଯୁକ୍ତ ଲୋକଙ୍କୁ ନେଇ ଗଠନ କରାଯାଇଛି। ଆମେ ଏକ ବଡ଼ ଲଢ଼େଇ ଜିତିକି ଆସିଛୁ। ଆମଠୁ ଲୋକଙ୍କ ଆଶା ବଢ଼ିଯାଇଛି। ଜନତାଙ୍କ କଥା ଶୁଣିବା ପରେ ପଞ୍ଜାବରେ ଏକ ମୋର୍ଚ୍ଚା ଖୋଲିଛୁ।
