ମହିଳାଙ୍କୁ ସମ୍ମାନ ଏବଂ ସଶକ୍ତିକରଣ ପାଇଁ ଆମ ସରକାର ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହିଳାଙ୍କୁ ସମ୍ମାନ ଏବଂ ସଶକ୍ତିକରଣ ପାଇଁ ଆମ ସରକାର ପ୍ରତିବଦ୍ଧ । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଡାକ ଦ୍ୱାରା ଆରମ୍ଭ ହୋଇଥିବା “ମହିଳା ସମ୍ମାନ ବଚତ ପତ୍ର” ଏହାର ସର୍ବୋତ୍ତମ ଉଦାହରଣ । ଅର୍ଥ ମନ୍ତ୍ରଣାଳୟ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର, ୨୦୨୩ ପାଇଁ ଗେଜେଟ ବିଜ୍ଞପ୍ତି ଜାରି କରିଛି ଏବଂ ତୁରନ୍ତ ପ୍ରଭାବ ସହିତ ୧.୫୯ ଲକ୍ଷ ଡାକଘରେ ଉପଲବ୍ଧ କରାଯାଇଛି । ୨୦୨୩-୨୪ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ‘ଆଜାଦୀ କା ଅମୃତ ମହୋତ୍ସବ\’ କୁ ସ୍ମରଣ କରିବା ପାଇଁ ଏହି ଯୋଜନା ଘୋଷଣା କରାଯାଇଥିଲା ଏବଂ ବାଳିକାଙ୍କ ସମେତ ମହିଳାଙ୍କ ଆର୍ôଥକ ଅନ୍ତର୍ଭୂକ୍ତି ତଥା ସଶକ୍ତିକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତୀୟ ଡାକର ଟୁଇଟ୍ ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି; “ମହିଳାଙ୍କୁ ସମ୍ମାନ ଏବଂ ସଶକ୍ତିକରଣ ପାଇଁ ଆମ ସରକାର ପ୍ରତିବଦ୍ଧ ଏବଂ “ମହିଳା ସମ୍ମାନ ବଚତ ପତ୍ର” ଏହାର ସର୍ବୋତ୍ତମ ଉଦାହରଣ ।”
