ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ
ଭୁବନେଶ୍ୱର : ପ୍ରକାଶ ପାଇଛି ଓଟିଇଟି ପରୀକ୍ଷା ରେଜଲ୍ଟ । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଓଟିଇଟି (ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ)ର ଉଭୟ ପେପର-୧ ଓ ପେପର -୨ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । ଏଥିରେ ପାସ୍ ହାର ୪୯.୮୪ ପ୍ରତିଶତ ରହିଛି । ପରୀକ୍ଷାର୍ଥୀମାନେ ବୋର୍ଡର ୱେବସାଇଟ୍ ରୁ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ଗତବର୍ଷ ଅଗଷ୍ଟ ମାସରେ ଅନୁଷ୍ଠିତ ଓଟିଇଟି ପରୀକ୍ଷା ଦେବା ପାଇଁ ମୋଟ ୩୨୪୪୮ ଜଣ ଫର୍ମ ଫଲପ୍ କରିଥିଲେ । ସେମାନଙ୍କ ମଧ୍ୟରୁ ୩୧୪୯୨ ଜଣ ପରୀକ୍ଷା ଦେଇଥିବା ବେଳେ ୧୬୧୭୧ ଜଣ ପାସ୍ କରିଛନ୍ତି ।
