ଓଟିଇଟି ପରୀକ୍ଷା : ଷ୍ଟ୍ରଙ୍ଗ ରୁମରେ ପ୍ରଶ୍ନପତ୍ର, ବାହାରେ ବୁଲୁଛି ଉତ୍ତର
Close up of high school or university student holding a pen writing on answer sheet paper in the examination room. College students answering multiple choice questions test in the testing room in university.
ମାଲକାନଗିରି: ସୋମବାର ରାଜ୍ୟବ୍ୟାପୀ ଓଟିଇଟି ପରୀକ୍ଷା ଆୟୋଜିତ ହୋଇଛି। ଶହ ଶହ ଶିକ୍ଷକ ଏହି ପରୀକ୍ଷା ଦେଉଛନ୍ତି। ସକାଳୁ ଏହି ପରୀକ୍ଷାର ପ୍ରଥମ ସିଟିଙ୍ଗ ଆରମ୍ଭ ହୋଇଥିଲା ଓ ଅପରାହ୍ନରେ ଦ୍ୱିତୀୟ ସିଟିଙ୍ଗ ଅଛି। ତେବେ ସବୁଠାରୁ ବଡ କଥା ହେଲା ପ୍ରଥମ ସିଟିଙ୍ଗ ଆରମ୍ଭ ହେବା ପୂର୍ବରୁ ଏହି ସିଟିଙ୍ଗର ଉତ୍ତର ମୋବାଇଲଠୁ ମୋବାଇଲ ଘୁରି ବୁଲୁଛି।
ସୂଚନା ମୁତାବକ ୨୭ ତାରିଖ ଦିନ ଏହି ପ୍ରଶ୍ନ ପତ୍ର ଆସି କଡା ସୁରକ୍ଷା ମଧରେ ମାଲକାନଗିରି ବାଳିକା ଉଚ୍ଚବିଦ୍ୟାଳୟ ରେ ହୋଇଥିବା ଷ୍ଟ୍ରଙ୍ଗ ରୁମ ରେ ରହିଥିଲା । ତେବେ ଏହି ଷ୍ଟ୍ରଙ୍ଗ ରୁମ କୁ ମଧ୍ୟ ପୋଲିସ ଅଧିକାରୀ ଓ କିଛି ପ୍ରଶାସନିକ ଅଧିକାରୀ ଜଗି ବସିଥିଲେ । ତେବେ ସୋମବାର ସକାଳ ୬.୩୦ ରୁ ଏହା ଜିଲାରେ ଥିବା ୩ଟି ସେଣ୍ଟର କୁ ଯାଇଥିଲା । କିନ୍ତୁ ପରୀକ୍ଷା ହଲ ରେ ପରୀକ୍ଷାର୍ଥୀ ବାସୀ ପରୀକ୍ଷା ଦେବା ପୂର୍ବରୁ ଏହି ପରୀକ୍ଷାର ଉତର ମୋବାଇଲ ଠୁ ମୋବାଇଲ ଘୁରି ବୁଲୁଛି । ତେବେ କଡା ସୁରକ୍ଷା ମଧ୍ୟରେ ଏହି ପ୍ରଶ୍ନ ଥିଲେ ମଧ୍ୟ ଏହାର ଉତ୍ତର କିପରି ବାହାରକୁ ଆସିଲା ସେ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେବା ସହ ଯେଉଁ ପରୀକ୍ଷାର୍ଥୀ ମାନେ କଷ୍ଟ କରି ପରୀକ୍ଷା ଦେଇଛନ୍ତି ସେମାନଙ୍କ ପାଇଁ ଚିନ୍ତା ଜୋର ଧରିଛି ।
ତେବେ ଏପରି ପ୍ରଶ୍ନ ପତ୍ର ପାଇବା ପାଇଁ ଓଟିଇଟି ପରୀକ୍ଷାର୍ଥୀ ମାନେ ୫୦୦୦ ଟଙ୍କା ଦେଇଥିବା ଚର୍ଚ୍ଚା ହେଉଛି । ତେବେ ଏ ସମ୍ବନ୍ଧରେ ମାଲକାନଗିରି ଡିଇଓ ଙ୍କୁ ପଚାରିବାରୁ ସେ ଏ ସମ୍ବନ୍ଧରେ କିଛି ଜାଣିନାହାନ୍ତି ଓ ଏହି ଘଟଣାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି । ତେବେ ଏ ସମ୍ବନ୍ଧରେ ଉଚିତ ତଦନ୍ତ କରିବା ଆବଶ୍ୟକ ରହିଛି ।
