ଓଡ଼ିଆ ଡାକ୍ତର ବୈଜୟନ୍ତୀ ଜେନା ଜିତିଲେ ମିସ ନେଚୁରାଲ ବିୟୁଟି ଟାଇଟଲ
ବାରିପଦା : ପେଶାରେ ଜଣେ କର୍ମତତ୍ପର ଡାକ୍ତର ହୋଇ ମଧ୍ୟ ନିଜ ଭିତରେ ଲୁକ୍କାୟିତ ଥିବା କଳା ପ୍ରତିଭାକୁ ବିକଶିତ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସମ୍ମାନର ଅଧିକାରୀ ହୋଇପାରିଛନ୍ତି ଡାକ୍ତର ବୈଜୟନ୍ତୀ ଜେନା । ନୂଆଦିଲ୍ଲୀର ତାଜ ହୋଟେଲ ଠାରେ ଆୟୋଜିତ ମହିଳାଙ୍କ ରୁପଚର୍ଯା, ସୌନ୍ଦର୍ଯ୍ୟ ,କଳା, ଫୁଡ ନ୍ୟୁଟ୍ରେସନ ସମ୍ପର୍କରେ ଏକ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ସେ ସମଗ୍ର ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ୮୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଓଡ଼ିଶାରୁ ଯାଇଥିବା ଜଣେ ମାତ୍ର ପ୍ରତିଯୋଗୀ ଭାବେ ମିସ ନେଚୁରାଲ ବିୟୁଟି ଟାଇଟଲ ହାସଲ କରିପାରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
