ପୈାରସଂସ୍ଥା ଯାତ୍ରୀନିବାସକୁ ଉପଜିଲ୍ଲାପାଳଙ୍କ ଅଫିସ ସ୍ଥାନାନ୍ତରକୁ ବିରୋଧ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରସଂସ୍ଥା ଯାତ୍ରୀ ନିବାସକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରାଯାଇ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ପ୍ରାୟ ୨୦ବର୍ଷ ତଳେ ଅଦାଲତ ନିକଟସ୍ଥ ଗୋବରୀ ନଦୀ ବାଇପାସ ରାସ୍ତା ପାଶ୍ୱର୍ରେ କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ଦୂର ଦୁରାନ୍ତରୁ ସହରକୁ ଆସୁଥିବା ସାଧାରଣ ଲୋକମାନଙ୍କ ରହିବା ପାଇଁ ଯାତ୍ରୀ ନିବାସ ନିର୍ମାଣ କରାଯାଇଥିଲା । ନିକଟରେ ପୈାରପରିଷଦ ବୈଠକରେ କୈାଣସି ଆଲୋଚନା ବା ଅନୁମୋଦନ କରାନଯାଇ ସେହି ଯାତ୍ରୀ ନିବାସକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପରିଣତ କରାଯିବା ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି । ଅପର ପକ୍ଷରେ ପୈାର ପରିଷଦର ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ବିଭାଗର କାର୍ଯ୍ୟାଳୟ କରିବା ପାଇଁ ସ୍ଥାନ ଅଭାବ ରହିଥିବା ବେଳେ ଏଭଳି ବେଆଇନ ଭାବରେ ପୈାରସଂସ୍ଥା ଯାତ୍ରୀନିବାସକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିମନ୍ତେ ହସ୍ତାନ୍ତର କରାଯିବା ପାଇଁ ଉଦ୍ୟମକୁ ନିନ୍ଦା କରାଯିବା ସହିତ ତୁରନ୍ତ ଏଭଳି କାର୍ଯ୍ୟକୁ ବନ୍ଦ କରାଯିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସି.ପି.ଆଇ.(ଏମ)ର ସମ୍ପାଦକ ଗୟାଧର ଧଳ, ଜିଲ୍ଲା କଂଗ୍ରେସର ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ଭୀମ ଆର୍ମି ଭାରତ ଏକତା ମିଶନର ସଭାପତି ନଗେନ୍ଦ୍ର ଜେନା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
