ହସ୍ପିଟାଲରେ ଭର୍ତ୍ତି ହେଲେ ବିରୋଧି ଦଳ ଉପନେତା ବିଷ୍ଣୁ ଚରଣ ସେଠୀ
ଭୁବନେଶ୍ୱର : କରୋନା ରେ ଆକ୍ରାନ୍ତ ହୋଇ ଆଜି ବିରୋଧି ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କିଛି ଦିନ ହେବ ଅସୁସ୍ଥତା ଅନୁଭବ କରୁଥିବା ସହିତ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସାମନ୍ୟ ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ଆଜି ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ଥିବା ଏମ୍ସ ଅଧୀକ୍ଷକ ସୂଚନା ଦେଇଛନ୍ତି । ଏହା ସହିତ ଉପନେତା ବିଷ୍ଣୁ ସେଠୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଭାବରେ ଏକ ଡାକ୍ତରୀ ଦଳ ଗଠନ କରାଯାଇ ତାଙ୍କ ଚିକିତ୍ସା ଜାରି ରହିଛି ବୋଲି ଏମ୍ସ ଅଧୀକ୍ଷକ ଡା ସଚିଦାନନ୍ଦ ସୂଚନା ଦେଇଛନ୍ତି ।
