ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲୁସି ମ୍ୟାନେଜର, ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ
ଭୁବନେଶ୍ୱର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଓଡିଶା ପୋଲିସ ହାଉସିଂ କର୍ପୋରେସନର (ଓପିଏଚଡବ୍ଲୁସି ) ମ୍ୟାନେଜର । ଓଡିଶା ପୋଲିସ ହାଉସିଂ କର୍ପୋରେସନର ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ରେଡ୍ ହୋଇଛି । ଭିଜିଲାନ୍ସର ୧୦ ଜଣିଆ ଟିମ୍ ଏହି ରେଡ଼୍ କରୁଛନ୍ତି । ଜଣେ ଅତିରିକ୍ତ ଏସପି, ୫ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଅନ୍ୟ କର୍ମଚାରୀମାନଙ୍କୁ ନେଇ ଓଡ଼ିଶା ଭିଜିଲାନ୍ସର ୧୦ଟି ଟିମ୍ ଏହି ଚଢ଼ାଉରେ ସାମିଲ ଥିବା ଜଣାଯାଇଛି।
ସୂଚନା ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଓଡିଶା ପୋଲିସ ହାଉସିଂ କର୍ପୋରସେନର ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ଭିଜିଲାନ୍ସ ଟିମ୍ ଏକା ସାଙ୍ଗେ ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ସମେତ ଏକକାଳୀନ ୧୦ଟି ସ୍ଥାନରେ ରେଡ଼୍ ଜାରି ରହିଛି । ପ୍ରତାପ ସାମଲଙ୍କ ଭୁବନେଶ୍ୱର ଆଇଆରସି ଭିଲେଜ୍ ପ୍ଲଟ୍ ନମ୍ବର ଏନ୍/୬-୪୧୬ରେ ଏକ ତିନିମହଲା କୋଠା, ଜୟଦେବ ବିହାରରେ ଏକ ଦୁଇମହଲା ଘର, ବିଜୁ ପଟ୍ଟନାୟକ କଲେଜ ଛକ ମା ଭାଗବତୀ ମନ୍ଦିର ବିପରୀତ ଦିଗରେ ଏକ ଛଅମହଲା କୋଠା, ଖଣ୍ଡଗିରିରେ ଏକମହଲା ଭଡ଼ା ଦିଆଯାଇଥିବା ଘର, ଅନନ୍ୟା ଟାୱାରରେ ଥିବା ତାଙ୍କ ସହଯୋଗୀଙ୍କ ଘର, ଓଡ଼ିଶା ପୁଲିସ୍ ହାଉସିଂ କର୍ପୋରେସନର ତାଙ୍କ କାର୍ଯ୍ୟାଳୟ, ଭଦ୍ରକ ଜିଲ୍ଲାର ବାସୁଦେବପୁରର ବାଲିସାହିଠାରେ ଏକ ତିନି ମହଲା ଆପାର୍ଟମେଣ୍ଟ, ବାଲେଶ୍ୱର ଜିଲ୍ଲାର ସୁମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିପୁରରେ ନିଜର ପୈତୃକ ଘର ଓ ସଂପର୍କୀୟଙ୍କ ଘରେ ଚଢ଼ାଉ ଜାରି ରହିଛି। ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ବିସୃତ ତଥ୍ୟ ମିଳିନାହିଁ ।
